ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସର ମୌନ ସତ୍ୟାଗ୍ରହ

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ “ମୌନ ସତ୍ୟାଗ୍ରହ” ଅନୁଷ୍ଠିତ ହୋଇଯାଇଛି । ଏହି “ମୌନ ସତ୍ୟାଗ୍ରହ” ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଗତକାଲି ସକାଳ ୧୦ଟା ରୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଏବଂ ସମସ୍ତେ ମୁହଁରେ କଳା ପଟି ବାନ୍ଧି ମୌନ ପ୍ରତିବାଦ ଜଣାଇଥିଲେ । ଏଥିରେ କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲା କୁମାର ଉପସ୍ଥିତ ରହିଥିଲେ ।

 କାର୍ଯ୍ୟକ୍ରମ ଶେଷରେ ସଭାପତି ପଟ୍ଟନାୟକ କହିଲେ ଯେ କର୍ମୀ ମାନଙ୍କର ସହଯୋଗ କଂଗ୍ରେସର ଶକ୍ତି । ଆଗାମୀ ଦିନରେ ଆପଣମାନଙ୍କର ସହଯୋଗ କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁଭଳି ନିର୍ଭୀକ ଭାବରେ ଲଗାତର ମୋଦି-ଆଦାନୀଙ୍କ ସଂପର୍କକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି, ଯଦ୍ୱାରା କି ମୋଦି-ଆଦାନୀ ସଂପର୍କର ସମସ୍ତ ଖୁଲାସା ଆଜି ହୋଇପାରିଛି । ତାଙ୍କର ଏହି ନିର୍ଭୀକତା ଓ ଦୁଃସାହସିକତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଦଳ ଭୟଭୀତ ହୋଇ ଷଡ଼ଯନ୍ତ୍ର ରଚନା କରିଚାଲିଛନ୍ତି । ବିଚାରାଳୟ ଦ୍ୱାରା ମାନହାନୀ ମୋକଦ୍ଦମାରେ ଦଣ୍ଡିତ କରାଇବା ଏବଂ ସେହି ଆଧାରରେ ତାଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି । ଏ ସମସ୍ତ ବାଧାବିଘ୍ନ ସତ୍ୱେ, ରାହୁଲ ଗାନ୍ଧୀ ଅଧିକ ସାହାସର ଶହ ମୋଦି ଏବଂ ତାଙ୍କ ସରକାରର କ୍ଷମତାର ଅପପ୍ରୟୋଗ ବିରୁଦ୍ଧରେ ଏବଂ ସତ୍ୟ, ନ୍ୟାୟ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ତାଙ୍କର ଯାତ୍ରା ଜାରି ରଖିଛନ୍ତି ।

ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ, ସାଂସଦ ଡ. ଏ ଚେଲ୍ଲା କୁମାର କହିଥିଲେ ଯେ ରାହୁଲ ଗାନ୍ଧୀ ସଂସଦରେ ନରେନ୍ଦ୍ର ମୋଦି ଏବଂ ଆଦାନୀଗ୍ରୁପର ସଂପର୍କ, ଆଦାନୀ ଗ୍ରୁପର ପରିବାର ଦ୍ୱାରା ପରିଚାଳିତ ସେଲ କମ୍ପାନୀ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କାରବାର, ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ ଦେଶର ସରକାରଙ୍କ ଉପରେ ଚାପ ପକାଇ ଆଦାନୀକୁ ବ୍ୟବସାୟୀ ସହାୟତା ପ୍ରଦାନ କରିବା, ଏଲଆଇସି, ଏସ୍‌ବିଆଇର ଆଦାନୀ ଗ୍ରୁପ ଅଫ କମ୍ପାନୀରେ ପୁଞ୍ଜି ବିନିଯୋଗ ତଥା ଯେଉଁ ୨୦ ହଜାର କୋଟି ଟଙ୍କା ସେଲ କମ୍ପାନୀମାନଙ୍କ ମାଧ୍ୟମରେ ଆଦାନୀ ଗ୍ରୁପ ଅଫ କମ୍ପାନୀରେ ଖଟା ଯାଇଛି ଏ ଟଙ୍କା କାହାର? ଏ କଥା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରକୁ ବହୁ ବିଚଳିତ କରିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ସ୍ତରରେ ଏବଂ ତାଙ୍କ ସରକାର ଆଜି ରାହୁଲ ଗାନ୍ଧୀଙ୍କ ପାର୍ଲାମେଂଟର ସଭ୍ୟ ପଦକୁ ରଦ୍ଦ କରାଇଲେ ତାଙ୍କୁ ତାଙ୍କ ସରକାରୀ ବାସଗୃହରୁ ବାହାର କରିଦେଲେ । ଏପରିକି ଯେଉଁ ମାନହାନୀ ମୋକଦ୍ଦମା କଥା କୁହାଯାଉଛି ତାହା ମଧ୍ୟ ଏକ ବଡ଼ ଷଡଯନ୍ତ୍ର । ଆଇନର ସଂପୂର୍ଣ୍ଣ ତର୍ଜ୍ଜମା ସରିନାହିଁ କି  ଆଇନର ବାଟ ମଧ୍ୟ ସରିନାହିଁ । କଂଗ୍ରେସ ଦଳ ଗୁଜୁରାଟ ହାଇକୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜକରି ସୁପ୍ରିମକୋର୍ଟ ଯିବ ଏବଂ ଆମର ପୂର୍ଣ୍ଣ ବିଶ୍ୱାସ ଅଛି  ସୁପ୍ରିମକୋର୍ଟ ନିଶ୍ଚିତ ନ୍ୟାୟ ପ୍ରଦାନ କରିବେ । ଇଡି, ସିବିଆଇ, ଇନକମଟ୍ୟାକ୍ସର ଭୟ ଦେଖାଇ ଭାରତ ବର୍ଷର ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ନାହିଁ । ଯେଉଁ ସ୍ୱେଚ୍ଛାଚାରୀମାନେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଲ ପାଆନ୍ତି ନାହିଁ । ଗାନ୍ଧୀ ପରିବାର ଭାରତ ବର୍ଷର ଐକ୍ୟ ସଂହତୀ ରକ୍ଷା କରିବାପାଇଁ ଜଣେ ପରେ ଜଣେ ନିଜ ଜୀବନ ବଳଦ ଦେଇଛନ୍ତି । ଯେଉଁ ମାନହାନୀ ମୋକଦ୍ଦମା କଥା କୁହାଯାଉଛି ସେଥିରେ ଯେଉଁ ବ୍ୟକ୍ତି କେସ ଦାୟର କରିଛନ୍ତି ତାଙ୍କ ବିରୋଧରେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବରେ କୌଣସି ଅରୁଚିକର ବା ଆପତିଜନକ ମନ୍ତବ୍ୟ ଦେଇନାହାନ୍ତି । ତେଣୁ ସମ୍ମାନହାନୀର ପ୍ରଶ୍ନ ଉଠିଲା କେଉଁଠି । ଭାରତ ବର୍ଷର ଜନସାଧାରଣ ଏ ଘଟଣାକୁ ସଂପୂର୍ଣ୍ଣ ବୁଝି ସାରିଛନ୍ତି । ନିଶ୍ଚିତରୂପେ ଏହାର ଉତର ଭାରତ ବର୍ଷର ଜନସାଧାରଣ ଠିକଣା ସମୟରେ ଦେବେ । ରାହୁଲ ଗାନ୍ଧୀ ସଂସଦରେ ନରହିଲେ ମଧ୍ୟ ସଂସଦ ବାହାରେ ଭାରତ ବର୍ଷର ଗରିବ, ଶ୍ରମିକ, ଯୁବକ, ମହିଳା, କୃଷକ ମାନଙ୍କ ସ୍ୱାର୍ଥ ପାଇଁ ନିରନ୍ତର ଲଢ଼େଇ ଜାରି ରଖିଛନ୍ତି ଓ ରଖିବେ ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ବିଜୟ ପଟ୍ଟନାୟକ, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ଦାଶରଥି ଗମାଙ୍ଗୋ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମାନସ ଚୌଧୁରୀ, ମିନାକ୍ଷୀ ବାହିନୀପତି, ରଜନୀ ମହାନ୍ତି, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *