କାଶ୍ମୀରରେ ସ୍ଥିତି ସୁଧୁରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Spread the love

ଜମ୍ମୁ : ଦୁଇ ଦିବସୀୟ ଗସ୍ତରେ ଆସି ଜମ୍ମୁରେ ପହଞ୍ଚିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଭଗବତୀ ନଗରରେ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, କାଶ୍ମୀରରେ ସ୍ଥିତି ସୁଧୁରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଯାଉଛି । ବର୍ତମାନ ତାଙ୍କରି ନେତୃତ୍ଵରେ ନୂତନ ଜମ୍ମୁ-କାଶ୍ମୀର ତିଆରି ହେଉଛି । ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରରେ ପୁଣି ଥରେ ପଞ୍ଚାୟତିରାଜ ସ୍ଥାପିତ କରିଛନ୍ତି । ଯାହାର ଲାଭ ଜମ୍ମୁ-କାଶ୍ମୀରର ସାଧାରଣଜନତାଙ୍କୁ ମିଳିଛି । ସେ କହିଥିଲେ ଯେ, ଏହା ପୂର୍ବରୁ ଦୀର୍ଘ ବର୍ଷ ଧରି ଜମ୍ମୁ-କାଶ୍ମୀରରେ ତିନି ପରିବାରର ଶାସନ ଚାଲିଥିଲା ।

ଗୃହମନ୍ତ୍ରୀ ଅମିତ ଶାହ ଅବଦୁଲ୍ଲା, ମୁଫ୍ତି ଏବଂ ଗାନ୍ଧି ପରିବାରକୁ ଟାର୍ଗେଟ୍ କରି କହିଥିଲେ ଯେ, ୧୯୪୭ରୁ ୨୦୧୪ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ୪୨ ହଜାର ଲୋକଙ୍କୁ ହତ୍ୟା କରାଯାଇଛି, ଯେଉଁଥିପାଇଁ ଏହି ପରିବାରର ନୀତି ଗୁଡିକ ଦାୟୀ । ସେ କହିଥିଲେ ଯେ, ବର୍ତମାନ ଜମ୍ମୁ-କାଶ୍ମୀର ସମ୍ପୂର୍ଣ୍ଣ ବଦଳି ଯାଇଛି । ନିକଟରେ ଶ୍ରୀନଗରରେ ଜି-୨୦ର ସଫଳ ଆୟୋଜନ ଏହାର ପରିଣାମ ଅଟେ ।

Leave a Reply

Your email address will not be published. Required fields are marked *