୫ ତାରିଖରେ ଦିଲ୍ଲୀ ନିର୍ବାଚନ। ୮ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ । ଦିଳ୍ଲୀର ୭୦ ବିଧାନସଭା ଆସନରେ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି ୬୯୯ ଜଣ ପ୍ରାର୍ଥୀ । ୫ ତାରିଖରେ ଭୋଟଦାନ ହେବାକୁ ଥିବା ବେଳେ ପୋଷ୍ଟାଲ ଭୋଟିଂ ଆରମ୍ଭ ହୋଇ ସାରିଛି। ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ଭୋଟ ଦେବେ ଭୋଟର । ସେ ମଧ୍ୟରେ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ ଏବଂ ଅନ୍ୟ ୭୦ଟି ଦିବ୍ୟାଙ୍ଗଙ୍କ ପାଇଁ ରହିଛି । ଯୁବ ଭୋଟରଙ୍କ ସହଭାଗିତା ବୃଦ୍ଧି ପାଇଁ ୭୦ ସ୍ପେଶାଲ ବୁଥ କରାଯାଇଛି ।ପ୍ରାୟ ୧ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଇନଶୃଙ୍ଖଳା ଦୃଷ୍ଟିରୁ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ,୩୫ ହଜାର ଯବାନ,୧୯ ହଜାର ହୋମଗାର୍ଡ଼ ଦାୟିତ୍ୱରେ ରହିବେ ।
୫ ତାରିଖରେ ଭୋଟ ଦେବ ଦିଲ୍ଲୀ । ମଝିରେ ରହିଲା ଆଉ ଦିନଟିଏ । ଦେଶ ରାଜଧାନୀରେ ଆଜି ସରିଛି ହାଇଭୋଲଟେଜ ପ୍ରଚାର । ଶେଷ ଦିନରେ କମ୍ପମାନ ହୋଇଛି କ୍ୟାମ୍ପେନ । ପ୍ରମୁଖ ୩ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କଳ, ବଳ, କୌଶଳ ଆପଣାଇଛନ୍ତି । ଦିଲ୍ଲୀରେ ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଚାଲିଛି। ତଥାପି ଲଢେଇ ଆପ୍ ଓ ବିଜେପି ମଧ୍ୟରେ ମୁହାଁମୁହିଁ ହେଉଥିବା ରାଜନୈତିକ ଦୃଶ୍ୟପଟ୍ଟ କହୁଛି । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରଚାର ମଙ୍ଗ ସମ୍ଭାଳିଥିବା ବେଳେ ବିଜେପିର ବହୁ ହେଭିଓ୍ୱେଟ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୈଦାନଙ୍କୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଭୟ ଦଳ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । କେଜ୍ରିୱାଲ ଯମୁନା ପାଣିରେ ବିଷ କଥା ଉଠାଇଥିବା ବେଳେ ବିଜେପି ଆପର ସ୍କୁଲ ହସପିଟାଲର ବାସ୍ତବ ସ୍ଥିତି ସହ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ବାସଭବନକୁ ଶିଶ ମହଲ କହି ପ୍ରତିଆକ୍ରମଣ ଜାରି ରଖିଛି । ତେବେ କିଏ ଶିକ୍ଷା ପାଇଁ କଣ କରିବ ତାର ପ୍ରତିଯୋଗୀତା ଦେଖିବାକୁ ମିଳିଛି । ଦୁଇ ଶିଳ୍ପପତି ବନ୍ଧୁଙ୍କ କଥା ଉଠାଇ କେଜ୍ରିୱାଲ ଭାଜପାକୁ ସମାଲୋଚନା କରିଥିବା ବେଳେ ଡବଲ ଇଞ୍ଜିନରେ ବିକାଶ ନୁହଁ ବରଂ ଚକା ତଳେ ଜନତାଙ୍କୁ ଚାପି ଦେବା ଆଶଙ୍କା ରହିଛି ବୋଲି କହିଛନ୍ତି ।
() ସେପଟେ ଗତକାଲି ଆର.କେ ପୁରମରେ ପ୍ରଚାର କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦିଲ୍ଲୀରେ ପାଗ ବଦଳୁଛି । ବିକାଶର ନୂଆ ବସନ୍ତ ଦେଖିବେ ଦିଲ୍ଲୀବାସୀ । ଆପ ସରକାର ବିଦା ହେବ ବିଜେପି ଆସିବ କହି ଜିତର ଦମ୍ଭ ଦେଖାଇଛନ୍ତି । ସିସୋଦିଆଙ୍କ ନିର୍ବାଚନ କ୍ଷେତ୍ର ଜଙ୍ଗପୁରାରେ ଶାହା ପ୍ରଚାର କରି ଅବକାରୀ ଦୁର୍ନୀତି କଥା ଉଠାଇ ଟାର୍ଗେଟ କରିଛନ୍ତି । ଶାହା ଭୋଟରଙ୍କୁ କହିଛନ୍ତି ଆପଣମାନେ ସିସୋଦିଆଙ୍କୁ ପଚାରିବେ କାହିଁକି ସେ ପତପରଗଞ୍ଜ ଆସନ ଛାଡ଼ିଲେ । ଉପମୁଖ୍ୟମନ୍ତ୍ରୀ ଭାବେ ମନ୍ଦିର,ସ୍କୁଲ ଓ ଗୁରୁଦ୍ୱାର ନିକଟରେ ମଦ ଦେକାନ ଖୋଲିଥିଲେ କହି କଡ଼ା ଟାର୍ଗେଟ କରିଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା କହିଛନ୍ତି ଆପଦା ସରକାରକୁ ଦିଲ୍ଲୀବାସୀ ସଠିକ ଜବାବ ଦେବେ । ଅରବିନ୍ଦଙ୍କୁ ମିଛର ବିଶ୍ୱକୋଷ କହିଛନ୍ତି ନଡ୍ଡା ।
ଶେଷ ଦିନରେ ଜନସଭା, ରାଲି, ରୋଡ ସୋ ସବୁ ଦେଖିବାକୁ ମିଳିଛି । ଷ୍ଟାର ପ୍ରଚାରକ ଙ୍କ ଗହଳିରେ ବୁଲିଛନ୍ତି ହେଭିଓ୍ୱେଟ ନେତା ତଥା ପ୍ରାର୍ଥୀ । ତେବେ ଭୋଟଦାନର ୪ଦିନ ପୂର୍ବରୁ ୮ଜଣ ବିଧାୟକ ଆମ ଆଦମୀ ପାର୍ଟି ଛାଡ଼ି ବିଜେପିରେ ମିଶିଛନ୍ତି। ଯାହା ଦଳକୁ ଅକଳରେ ପକାଇଛି। ଅବଶ୍ୟ ସେମାନଙ୍କୁ ଏଥର ଆପ ଟିକେଟ ଦେି ନଥିଲା । ତଥାପି କ୍ରମାଗତ ତୃତୀୟ ଥର କ୍ଷମତା ହାସଲ କରିବା ଜିଦରେ ଆପ ଥିବା ବେଳେ ୨୭ ବର୍ଷ ପରେ ବିଜେପି ଦିଲ୍ଲୀ କ୍ଷମତା ହାତେଇବା ପାଇଁ ଅଣ୍ଟା ଭିଡ଼ିଛି। କଂଗ୍ରେସ ଗତ ୨ଟି ଯାକ ନିର୍ବାଚନରେ ଖାତା ଖୋଲି ପାରି ନଥିବା ବେଳେ ଏଥର ଭଲ ପ୍ରଦର୍ଶନ ପାଇଁ ଆଶା ବାନ୍ଧିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now