ଯଦି କର୍ମୀ ଟିକଟ ପାଇବେନି। ତାହେଲେ ନେତା ବି ନିର୍ବାଚନ ଲଢ଼ିବେନି। ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ୱାଇରେ। ପାର୍ଟି ଟିକଟ ପାଇ ବି ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ବିଜେପି ନେତା ନିଲେଶ ମହାତ୍ରେ। ନୀଲେଶଙ୍କ କହିବା କଥା, ତାଙ୍କ ମାଆ ବିଧାୟିକା ମନ୍ଦାତାୟୀ ମହାତ୍ରେ ଦଳକୁ ୧୩ ଟିକଟ ମାଗିଥିଲେ। ଏଥିଲାଗି ୧୩ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। କିନ୍ତୁ ଦଳ ମାତ୍ର ୫ ଜଣଙ୍କୁ ଟିକଟ ଦେଲା। ୧୧୧ ଆସନରୁ ଦଳୀୟ ବିଧାୟକଙ୍କୁ ଯଦି ୧୩ଟି ଆସନ ମିଳିବନି, ତାହେଲେ କାର୍ଯ୍ୟକର୍ତ୍ତା ଅସନ୍ତୋଷ ରହିବେ। ଏମିତିରେ ବିଧାୟକଙ୍କ ପୁଅ ଯଦି ଲଢ଼ିବେ, ତାହେଲେ ଏହା ଭିନ୍ନ ବାର୍ତ୍ତା ଯିବ। ବିଧାୟିକା ନିଜ ପୁଅ ପାଇଁ ଟିକଟର ବ୍ୟବସ୍ଥା କରିଦେଲେ। ହେଲେ ଦଳ ଲାଗି ରାତିଦିନ ଖଟିଥିବା କର୍ମୀଙ୍କ ଲାଗି କିଛି କଲେନି। ଏଭଳି ମନୋଭାବ ରଖି ଟିକଟ ଫେରାଇବା ସହ ନିଲେଶ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now