ପାଟନା: ବିହାରରେ ନୀତିଶ ସରକାରର କ୍ୟାବିନେଟ ବିସ୍ତାର ହୋଇଛି। କ୍ୟାବିନେଟ ବିସ୍ତାର ପରେ ପରେ ବିଭାଗ ବଣ୍ଟନ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୃହ ବିଭାଗ ନିଜ ପାଖରେ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମିଳିଛି ସ୍ୱାସ୍ଥ୍ୟ ବିଭାଗ। ତେଜ ପ୍ରତାପଙ୍କୁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ।
ବିହାରରେ ନୀତିଶ ବିଜେପିଠାରୁ ସବୁ ସମ୍ପର୍କ ଛିଡାଇବା ପରେ ବେସ ଆକ୍ଟିଭ ଓ ଫାଷ୍ଟ ଥିବା ପରି ମନେ ହେଉଛନ୍ତି। ସବୁ କିଛି ବେଶ ଦ୍ରୁତ ଗତିରେ ଚାଲିଛି। ମଙ୍ଗଳବାର ଦିନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପରେ ପରେ ବିଭାଗ ବଣ୍ଟନ କରିଛନ୍ତି। ନିଜ ପାଖରେ ଗୃହ ବିଭାଗ ସହ ମାନାନ୍ୟ ପ୍ରଶାସନ, ମନ୍ତ୍ରୀମଣ୍ଡଳ ସଚିବାଳୟ, ନିର୍ବାଚନ ବିଭାଗ ରଖିଥିବା ବେଳେ ତେଜସ୍ୱୀଙ୍କୁ ଦେଇଛନ୍ତି ସ୍ୱାସ୍ଥ୍ୟ, ରାସ୍ତା ନିର୍ମାଣ, ନଗର ବିକାଶ ଓ ଆବାସ ତଥା ଗ୍ରାମ୍ୟୀଣ କାର୍ଯ୍ୟ ବିଭାଗ।
ବିଜୟ ଚୌଧୁରୀଙ୍କୁ ଅର୍ଥ, ବାଣିଜ୍ୟ କର ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ ଦିଆଯାଇଥିବା ବେଳେ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମିଳିଛି ଶକ୍ତି ଓ ଯୋଜନା ତଥା ବିକାଶ ବିଭାଗ। ଆଲୋକ କୁମାର ମେହତାଙ୍କୁ ରାଜସ୍ୱ ଏବଂ ଭୂମି ସୁଧାର ବିଭାଗ; ତେଜ ପ୍ରତାପ ଯାଦବଙ୍କୁ ପରିବେଶ, ବନ, ଜଳବାୟୁ ପରିବର୍ତ୍ତନ ବିଭାଗ; ଆଫାକ ଆଲମଙ୍କୁ ପଶୁ ଏବଂ ମତ୍ସ୍ୟ ସଂସାଧନ; ଆଶୋକ ଚୌଧୁରୀଙ୍କୁ ଭବନ ନିର୍ମାଣ; ଶ୍ରବଣ କୁମାରଙ୍କୁ ଗ୍ରାମୀଣ ବିକାଶ, ସୁରେନ୍ଦ୍ର ପ୍ରସାଦ ଯାଦବଙ୍କୁ ସହକାରିତା, ଡା ରାମାନନ୍ଦ ଯାଦବଙ୍କୁ ଖଣି ଓ ଭୂତତ୍ୱ ବିଭାଗ ମିଳିଛି।
ବିହାର କ୍ୟାବିନେଟରେ ଜେଡିୟୁ ଠାରୁ ଆରଜେଡି ଖାତାକୁ ଅଧିକ ମନ୍ତ୍ରୀପଦ ଯାଇଛି। ଆରଜେଡିର ୧୬ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ଜେଡିୟୁରୁ ୧୧, କଂଗ୍ରେସରୁ ଜଣେ ଓ ଜଣେ ଲେଖା ହାମ ଓ ସ୍ୱାଧୀନ ରହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now