ଆସନ୍ତା ୨୦ ତାରିଖକୁ ଆମେରିକା ଉପରେ ସମସ୍ତଙ୍କ ନଜର । ଏହି ଦିନ ଆମେରିକାର ନୂଆ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଶପଥ ନେବାକୁ ଯାଉଛନ୍ତି । ହେଲେ ପାଣିପାଗ ବିଭାଗ ଥଣ୍ଡାକୁ ନେଇ ଆଲର୍ଟ ଜାରି କରିଛି । ଯାହାକୁ ନେଇ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ସ୍ଥାନ ମଧ୍ୟ ବଦଳିଥିବା ସୂଚନା ମିଳିଛି। ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପ୍ରବଳ ଥଣ୍ଡା ଯୋଗୁଁ ବାହାରେ ନୁହେଁ ବରଂ ଜାନୁୟାରୀ ୨୧ ଆମେରିକାର କ୍ୟାପିଟାଲ ଭିତରେ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now