ଖୁବଶୀଘ୍ର ଓଡ଼ିଶାରେ ଚାଲିବ ଦୁଇ ଥାକିଆ ବସ୍ -କୃଷ୍ଣଚନ୍ଦ୍ର ମହାପାତ୍ର

ଖୁବଶୀଘ୍ର ଚାଲିବ ଦୁଇ ଥାକିଆ ବସ୍ ।ଭୁବନେଶ୍ବର ,କଟକ ,ପୁରୀରେ ଚାଲିବ ଲଣ୍ଡନ ଭଳି ଡବଲ ଡେକର ବସ୍ ।ଏହାଦ୍ବାରା ରାସ୍ତାର ଭିଡ଼ କମିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଅନ୍ୟପଟେ ୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର । ମେଟ୍ରୋ ପ୍ରକଳ୍ପ ପାଇଁ ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଛି । ୨୦୨୪-୨୫ରେ ୧ହଜାର କୋଟି ମଞ୍ଜୁର କରାଯାଇଛି । ୪ ବର୍ଷ ମଧ୍ୟରେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରହିବା ନେଇ କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *