ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ

ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ଏକନାଥ ସିନ୍ଦେ । ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାରଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମହାୟୁତିର ବିପୁଳ ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏକନାଥ ସିନ୍ଦେ ରାଜଭବନ ପହଞ୍ଚି ଇସ୍ତଫା ଦେଇଛନ୍ତି ।

ନୂଆ ସରକାର ଗଠନ ନେଇ ଦିନ ହେଲା ସସପେନ୍ସ ଜାରି ରହିଛି । ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି , ଶିବସେନା ଏବଂ ଏନସିପିର ସହଯୋଗୀ ମହାୟୁତି ଦଳ ବିଜୟୀ ହୋଇଛି ।ତେବେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଜି ତଥା ନଭେମ୍ବର ୨୬ରେ ଶେଷ ହେଉଛି । ତେଣୁ ଏକନାଥ ସିନ୍ଦେ ଇସ୍ତଫା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *