ବ୍ରିଟେନ ସଂସଦରେ ‘ଏମର୍ଜେନ୍ସି’ ଝଡ

ବ୍ରିଟେନ ସଂସଦରେ ‘ଏମର୍ଜେନ୍ସି’ ଝଡ । ବ୍ରିଟେନ ସିନେମା ଘରେ ଭାରତୀୟ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ର ସ୍କ୍ରିନିଂକୁ ଖଲିସ୍ତାନ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ। ଏଥିସହ ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରିବା ଲାଗି ବିକ୍ଷୋଭ। ଏହି ପ୍ରସଙ୍ଗ ବ୍ରିଟେନ ସଂସଦରେ ଉଠିଛି । ସାଂସଦ ବବ୍ ବ୍ଲାକ୍ମ୍ୟାନ ଏହାକୁ ବ୍ରିଟେନ ଲୋକଙ୍କ ଅଧିକାରର ଉଲ୍ଲଂଘନ ଏବଂ ଖଲିସ୍ତାନୀ ସମର୍ଥକଙ୍କୁ ଗୁଣ୍ଡା ଓ ଆତଙ୍କବାଦୀ ବୋଲି କହିଛନ୍ତି । ବ୍ରିଟେନ ସଂସଦର ଉପସଭାପତି ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହି ଘଟଣାରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବ୍ରିଟେନର କେତେକ ହଲ୍ରେ ‘ଏମର୍ଜେନ୍ସି’ ଫିଲ୍ମକୁ ବିରୋଧ କରାଯାଉଥିବା ରିପୋର୍ଟ ପ୍ରକାଶ ପାଉଛି । ଭାରତ ବିରୋଧୀ ତତ୍ତ୍ୱ ଦ୍ୱାରା ହିଂସାତ୍ମକ ବିରୋଧ ଏବଂ ଧମକକୁ ନେଇ ଆମେ ବ୍ରିଟେନ ଆଗରେ ଚିନ୍ତା ପ୍ରକାଶ କରିଛୁ । ଅଭିବ୍ୟକ୍ତିର ସ୍ୱାଧୀନତାକୁ ଚୟନାତ୍ମକ ଭାବେ ଲାଗୁ କରାଯାଇପାରିବ ନାହିଁ । ଏହି ଫିଲ୍ମର ସ୍କ୍ରିନିଂରେ ବାଧା ଉପୁଜାଉଥିବା ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି । ବ୍ରିଟେନ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବ ବୋଲି ଆଶା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *