ଗୋବିନ୍ଦ ପନସାରେ। କଟର ବାମ ପନ୍ଥୀ ନେତା। ହିନ୍ଦୁବାଦ ଓ ଅନ୍ଧବିଶ୍ୱାସକୁ ସମ୍ପୁର୍ଣ୍ଣ ଭାବରେ ବିରୋଧ କରୁଥିଲେ। କମ୍ୟୁନିଷ୍ଟ ପାର୍ଟୀ ଅଫ ଇଣ୍ଡିଆର ବରିଷ୍ଠ ନେତା ଭାରେ ଦେଶରେ ତାଙ୍କର କ୍ଷ୍ୟାତି ରହିଥିଲା। ୧୯୩୩ ନଭେମ୍ୱର ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ବିଜେପି ଓ ଆରଏସଏସର ଘୋର ବିରୋଧୀ ଥିଲ। ନାଥୁରାନ ଗଡସେଙ୍କୁ ସମ୍ମାନିତ କରିବା ପାଇଁ ବିଜେପି ଯୋଜାନ କରିଥିବା ବେଳେ ପ୍ରଥମେ ଗୋବିନ୍ଦ ପନସାରେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏହି ବିରୋଧ ସମୟରେ ଆରଏସଏସର ଏକ ସଂସ୍ଥା ସନାତନ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦିଆଯାଇଥିଲା । କୋଲହାପୁରର ଶିବାଜୀ ୟୁନିଭରସିଟିରେ ହିନ୍ଦୁତ୍ୱ ନେଇ ଏକ ଭାଷଣ ଦେଇଥିଲେ। ନରେନ୍ଦ୍ର ଡବହୋଲକରଙ୍କ ହତ୍ୟା ପରେ ପରେ ପନସାରେଙ୍କୁ ସମାନ ପରିସ୍ଥିତି ଭୋଗିବାକୁ ପଡିପାରେ ବୋଲି କୁହାଯାଇଥିଲା। ଏହା ପରେ ମଧ୍ୟ୍ୟ ସେ କୌଣସି ଧମକକୁ ଖାତିର କରିନଥିଲେ। ତାଙ୍କର ବାମପନ୍ଥୀ ଚିନ୍ତାଧାରା ଅବ୍ୟାହତ ରହିଥିଲା। ଫେବୁଆରୀ ୧୬, ୨୦୧୫ ରେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ୫ ଦନି ମୁମ୍ୱାଇ ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସା ହେବା ପରେ ଫେବୁଆରୀ ୨୦, ୨୦୧୫ ସକାଳ ୯ ଟାରେ ମୃତ୍ୟୁବରଣ କରିଥିଲେ। ବ୍ରିଚକାଣ୍ଡି ହସ୍ପିଟାଲ ନିର୍ଦ୍ଦେଶକ ଗୀତା କୋପିକାର ସୂଚନା ଦେଇଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ବୟସ ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦୁଖଃ ପ୍ରକାଶ କରିଥିଲେ। ନରେନ୍ଦ୍ର ଜହଲକର ପୁନେ ଠାରେ ଅଗଷ୍ଟ ୨୦, ୨୦୧୩ ରେ ହତ୍ୟା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ ସମ୍ପର୍କରେ କିଛି ଖବର ମିଳିପାରି ନାହିଁ । ଦୁଇଟି ହତ୍ୟା ମଧ୍ୟ୍ୟରେ ସାମଞ୍ଜସ୍ୟ ରହିଛି। ପାନସାରେ ହତ୍ୟା ଘଟଣାରେ ପାନସାରେଙ୍କ ସ୍ତ୍ରୀ କହିବା ଅନୁସାରେ ପୋଲିସ ସ୍କେଚ ମ୍ୟାପ ତିଆରି କରି ମହାରାଷ୍ଟ୍ର ପୋଲିସ ଅନୁସନନ୍ଧାନ ଜାରି ରଖିଛି । ସାତ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ କୋର୍ଟରେ କେସର ଗୋଟିଏ ଟ୍ରାଏଲ ମଧ୍ୟ୍ୟ ହୋଇନାହିଁ। ସରକାରୀ ଓକିଲ ବିଭିନ୍ନ ଆଳ ଦେଖାଇ ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି । ସେତେବେଳେ ସମୟରେ ବିଜେପି ସରକାର ମହାରାଷ୍ଟ୍ରରେ ଶାସନ ଭାର ସମ୍ଭାଳିଥିଲା। ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯଆଇଛି ବିଜେପି ଜାଣିଶୁଣି କେସର ଚପାଇ ଦେବା ପାଇଁ ଚାପ ପ୍ରୟୋଦ କରୁଛି ।
- ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now