ମୋଦିଙ୍କ ହାଟିକ ବିଜୟ ପରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ

Spread the love

୨୦୨୪ ନିର୍ବାଚନରେ ମୋଦିଙ୍କ ହାଟିକ ବିଜୟ ପରେ ଦେଶ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ୟୁରୋପ, ଏସିଆ, ଆଫ୍ରିକା ମହାଦେଶର ଅନେକ ଦେଶର ନେତା ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ରିଟେନ, ଚୀନ, ଜାପାନ, ଇସ୍ରାଏଲ, ଆମେରିକା, ୠଷ, ଜର୍ମାନୀ, ୟୁକ୍ରେନ ସମେତ ଅଧିକାରୁ ଅଧିକ ଦେଶ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ସହ ଦିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଅଧିକାଂଶ ଦେଶ ଆଗ୍ରହୀ ଥିବା ନେଇ ବୟାନ ଦେଇଛନ୍ତି ।

ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱ ଭବିଷ୍ୟତରେ ଆହୁରି ବୃଦ୍ଧି ପାଇବ ବୋଲି ଶୁଭେଚ୍ଛା ଜଣାଇ କହିଛନ୍ତି, ଆମେରିକା ରାଷ୍ଟ୍ରପତି। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ୟୁକେ ଏବଂ ଇଣ୍ଡିଆର ଘନିଷ୍ଠ ବନ୍ଧୁତ୍ୱ ଆଗାମୀ ଦିନରେ ଉନ୍ନତି କରିବ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନେହୁ କହିଛନ୍ତି, ଦୁଇ ଦେଶର ବନ୍ଧୁତା ନୂଆ ଶିଖର ଛୁଇଁବ ।

Leave a Reply

Your email address will not be published. Required fields are marked *