‘ସର୍ବଦା ମୁଁ ଦ୍ୱିତୀୟ ପସନ୍ଦ ହୋଇଛି’

Spread the love

ବିରୋଧୀ ଦଳମାନଙ୍କ ଦ୍ବାରା ୟସୱନ୍ତ ସିହ୍ନାଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ଘୋଷଣା ହେବା ପରେ ଏନଡିଏର  ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ସିହ୍ନା କହିଛନ୍ତି, ମୋର ଦ୍ରୌପଦୀ ମୁର୍ମୁଙ୍କ ସହ ବ୍ୟକ୍ତିଗତ ଲଢେଇ ନାହିଁ।  ସେ ତାଙ୍କ ବେଶ ଭଲଭାବେ ଜାଣନ୍ତି ଓ ତାଙ୍କ ସହ ମୋର ଶୁଭ କାମନା ରହିଛି।

ରାଷ୍ଟ୍ରପତି ପଦ ପାଇଁ ୟୁପିଏର ପ୍ରାର୍ଥୀ ହେବା ପରେ ସିହ୍ନା କହିଛନ୍ତି, ଜୀବନରେ ବହୁ ବାର ମୋ ସହ ଏପରି ହୋଇଛି। ମୁଁ ଦ୍ୱିତୀୟ ପସନ୍ତ ରହିଛି। କେବେ ପ୍ରଥମ ପସନ୍ଦ ହୋଇ ପାରି ନାହିଁ। କିନ୍ତୁ ଦ୍ୱିତୀୟ ପସନ୍ଦ ହେବା ପରେ ମଧ୍ୟ ସେହି ପଦ ମୋତେ ହିଁ ମିଳିଛି ଓ ଏହାର ପୂରା ଉପଯୋଗ କରିଛି ରାଷ୍ଟ୍ରହିତ ପାଇଁ। ଏଥର କିନ୍ତୁ ଦ୍ୱିତୀୟ ନୁହେଁ, ୪ର୍ଥ ପସନ୍ଦ ହୋଇଛି। ଏହାର ଅର୍ଥ ମୋର ଜିତିବା ସମ୍ଭାବନା ଡବଲ ହୋଇ ଯାଇଛି ବୋଲି ଏକ ଜାତୀୟ ଗଣମାଧ୍ୟମକୁ ବାଇଟ ଦେବା ବେଳେ ସେ ଏହା କହିଛନ୍ତି।

ଦୌପଦୀଙ୍କ ସମ୍ପର୍କରେ ସେ କହିଛନ୍ତି, ତାଙ୍କର ଦ୍ରୌପଦୀଙ୍କ ସହ କୌଣସି ବ୍ୟକ୍ତିଗତ ଲଢେଇ ନାହିଁ।  ତାଙ୍କୁ ବେଶ ଭଲଭାବେ  ଜାଣିଛନ୍ତି। ତାଙ୍କୁ ମୋର ଶୁଭକାମନା ରହିଛି, କିନ୍ତୁ ଏହି ଲଢେଇ ମୁଦ୍ଦାକୁ ନେଇ, ଭାରତର ସମ୍ବିଧାନର ରକ୍ଷା ପାଇଁ।

ମଙ୍ଗଳବାର ସଂଧ୍ୟାରେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦ୍ରୌପଦୀ ଓଡିଶାର ମୟୂରଭଞ୍ଜ ଜିଲ୍ଲାରୁ ହୋଇଥିବା ବେଳେ ସେ ଶିକ୍ଷକତାରୁ କାଉନସିଲରରୁ ଆଜି ରାଇସିନା ଲଢେଇରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *