ଚାଷୀ ଆନ୍ଦୋଳନ ଜଡିତ ଆକାଉଣ୍ଟ ବନ୍ଦ

Spread the love

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଆନ୍ଦୋଳନ ଦୀର୍ଘ ଦିନ ଧରି ଚାଲିଲା । ଏହି ସମୟରେ ଅନ୍ଦୋଳନ ସମ୍ପର୍କିତ ଟିକନିଖ୍ ଖବର ପ୍ରଚାର ପ୍ରସାର କରିବା ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସୋସିଆଲ୍ ମିଡିଆରେ ବିଭିନ୍ନ ଆକାଉଣ୍ଟ ଖୋଲାଯଇଥିଲା । ଆନ୍ଦୋଳନ ପ୍ରତ୍ୟାହର ହେବା ପରେ ସରକାର ସମସ୍ତ ଆକାଉଣ୍ଟ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିବାବେଳେ ଏହାକୁ ନେଇ ତେଜିଛି ବିରୋଧ । ସଂଯୁକ୍ତ କିଷାନ ମୋର୍ଚ୍ଚା ର ଡିଜିଟାଲ ପ୍ଲାଟଫର୍ମ ମାଧ୍ୟ୍ୟମରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବା କୁ ପ୍ରତିବନ୍ଧକ କରିବା ଗଣତନ୍ତ୍ର ରେ ଆଦୌ ଗ୍ରହଣୀୟ ନୁହେଁ । ସଂଯୁକ୍ କିଷାନ ମୋର୍ଚ୍ଚାର ୧୨ ଟି ଟୁଇଟର ଆକାଉଣ୍ଟ ବନ୍ଦ କରିଦେଇଛିନ୍ତି କେନ୍ଦ୍ର ସରକାର । ଚାଷୀ ଆନ୍ଦୋଳନ ସହିତ ଜଡିତ ଆକାଉଣ୍ଟ ବନ୍ଦ କରିବା । ସରକାର ଙ୍କ ନିର୍ଦ୍ଦେଶରେ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ସଂଯୁକ୍ତ ିକଷାନ ମୋର୍ଚ୍ଚା ବିରୋଧ କରୁଛି ।

କାହା ନିର୍ଦ୍ଦେଶରେ ଏହି ଆକାଉଣ୍ଟ ବନ୍ଦ କରାଯାଇଛି ବୋଲି ପ୍ରଶ୍ନ କରିଛି କିଷାନ ମୋର୍ଚ୍ଚା । ଇନ୍ଦିରା ଗାନ୍ଧୀ ଙ୍କ ସମୟେର ସରକାର ଙ୍କ ବିରୋଧରେ କହିବା କୁ ବରଦାସ୍ତ କରାଯାଉନଥିଲା । ସେତେବେଳେ ଏମରଜେନସି ହୋଇଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ଟୁଇଟର ଆକାଉଣ୍ଟ କୁ ବନ୍ଦ କରିବା ସରକାର ବିରୋଧୀ ସ୍ବର କୁ ଚପାଇ ଦେବା ଏହା ଗୋଟିଏ ପ୍ରକାର ଏମରଜେନସି ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି। କୃଷକ ଆନ୍ଦୋଳନ କୁ ସରକାର ମିଛ ବୋଲି ପ୍ରଚାର କରୁଥିବା ସମୟର ଟୁଇଟର ଆକାଉଣ୍ଟ ସାହାର୍ଯ୍ୟରେ ଲକ୍ଷ ଲକ୍ଷ ଲୋକ ଜୋଡି ହୋଇଥିଲେ । କିଷାନର ସ୍ବର କୁ ଗାଁ ରୁ ସହର ସମସ୍ତ ଙ୍କ ପାଖରେ ପହଞ୍ଚାଇଥିଲା ଟ୍ରାକ୍ଟର ରୁ ଟୁଇଟର ପର୍ଯ୍ୟନ୍ତ । ଏହା କିଷାନ ମାନଙ୍କର ସ୍ବର କୁ ବନ୍ଦକରିଦେବାର ଉଦ୍ୟମ ନୁହେଁ ଏମରଜେନସି ଜ୍ବଳନ୍ତ ଉଦାହରଣ । କେନ୍ଦ୍ର ସରକାର ଙ୍କ ଦ୍ବାରା ମାନବଧିକାର ଉଲଙ୍ଘନ ନେଇ ଅଭିଯୋଗ। ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିବା ନଇ ସଂଯୁକ୍ତ କିଷାନ ମୋର୍ଚ୍ଚା ବିରୋଧ କରିଛି। ତୁରନ୍ତ ବନ୍ଦ ଆକାଉଣ୍ଟ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଉ ବୋଲି ଦାବି କରିଛି l

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *