ଜାମ୍ମୁ କାଶ୍ମୀରରେ ଭାଇଚାରା ବୃଦ୍ଧି, ପଥର ଫିଙ୍ଗିବା ଘଟଣା ହ୍ରାସ: ଅନୁରାଗ ଠାକୁର

Spread the love

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ 75 ବର୍ଷ ପରେ ଜାମ୍ମୁ କାଶ୍ମୀର ଏହାର ଅଧିକାର ପାଇଛି। ଧାରା 370 ରଦ୍ଦ ହେବା ପରେ ଲୋକଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ପାଇଛି । ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତଥ୍ୟ ଦର୍ଶାଉଛି ଯେ, ଜାମ୍ମୁ କାଶ୍ମୀରରେ ପଥର ଫିଙ୍ଗା ମଧ୍ୟ ବ୍ୟାପକ ହ୍ରାସ ଘଟିଛି ।

ଯେହେତୁ ଏହି ମାମଲା କୋର୍ଟରେ ଅଛି ତେଣୁ, ମୁଁ ଏହା ଉପରେ କହିବାକୁ ଚାହେଁ ଯେ, ସଂସଦର ଉଭୟ ଗୃହ ଧାରା 370 ରଦ୍ଦ କରିବାକୁ ନିଷ୍ପତ୍ତି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଜୁଲାଇ 11 ରେ ଧାରା 370 ରଦ୍ଦ କରିବାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି କରିବେ ।

ମହାରାଷ୍ଟ୍ରର ରାଜନୈତିକ ବିକାଶ ଉପରେ ଠାକୁର କହିଛନ୍ତି ଯେ, ଦେଶର ବିକାଶ ପାଇଁ ଅନେକ ଦଳ ଏନଡିଏରେ ଯୋଗଦେବାକୁ ଚାହୁଁଛନ୍ତି । ଏନସିପି ଏହି ପଦକ୍ଷେପ ନେଇଛି । ମହାରାଷ୍ଟ୍ର କ୍ୟାବିନେଟରେ ଏନସିପି ଅନ୍ତର୍ଭୁକ୍ତ ହେବା ରାଜ୍ୟର ବିକାଶରେ ସହାୟକ ହେବ । 2024 ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ଏନଡିଏରେ ଯୋଗ ଦେଉଥିବା ଏହି ରାଜନୈତିକ ଦଳଗୁଡିକ ଦେଶର ବିକାଶ ପାଇଁ କେନ୍ଦ୍ରରେ ଏକ ଦୃଢ ତଥା ସ୍ଥିର ସରକାର ଯୋଗାଇବ ।

Leave a Reply

Your email address will not be published. Required fields are marked *