ଜାଲୋର ମାମଲା: ମେଘବାଲଙ୍କୁ ପ୍ରଶ୍ନ କରି ଗିରଫ

ଜୟପୁର: ରାଜସ୍ଥାନର ଜାଲୋରରେ ଜଣେ ଶିକ୍ଷକଙ୍କ ମାଡରେ ଦଳିତ ଛାତ୍ରର ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ଦେଖାଦେଇଛି ଉତେଜନା। ଏହି ପ୍ରସଙ୍ଗରେ ଜଣେ ମନ୍ତ୍ରୀ ଗୋବିନ୍ଦ ରାମ ମେଘବାଲଙ୍କୁ ପଚାରିବାରୁ ମନ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଇ ନେଇଛନ୍ତି। କିନ୍ତୁ ମନ୍ତ୍ରୀ ସେହି ବ୍ୟକ୍ତିଙ୍କୁ ଫୋନରେ ଗାଳି ମନ୍ଦ କରିବାର ଅଡିଓ ଭାଇରାଲ ହୋଇଛି।

ଜାଲୋରର ସୁରାଣା ଗାଁରେ ଜଣେ ୯ ବର୍ଷର ବାଳକକୁ ଶିକ୍ଷକ ପିଟି ପିଟି ମାରିଦେଲେ। ମୃତକ ସରସ୍ବତୀ ବିଦ୍ୟାମନ୍ଦିର ସ୍କୁଲରେ ପାଠ ପଢୁଥିଲା। ଜୁଲାଇ ୨୦ତାରିଖରେ ପିଲାଟି ସ୍କୁଲରେ ଥିବା ପାଣି ମାଠିଆରୁ ପାଣି ପିଇ ଦେଇଥିଲା। କିନ୍ତୁ ସେ ଦଳିତ ବର୍ଗରୁ ଥିବାରୁ ଏହାକୁ ନେଇ ଶିକ୍ଷକ ଛେଲ ସିଂହ ବାଳକଙ୍କୁ ଆଖିବୁଜା ମାଡ ମାରିଥିଲେ। ଏଥିରେ ବାଳକଟି ଗୁରୁତର ହୋଇ ପଡିଥିଲା ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୨୪ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ରହିବା ପରେ ତାର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ରାଜସ୍ଥାନ ସରକାରରେ ଦଳିତ ବର୍ଗରୁ ମନ୍ତ୍ରୀ ହୋଇଥିବା ଗୋବିନ୍ଦ ମେଘବାଲଙ୍କୁ  ଭୱରଲାଲ ଜୟପାଳ ନାମକ ଯୁବକ ଫୋନ କରି ଏହି ମାମଲାରେ ପ୍ରଶ୍ନ କରିବାରୁ ରାଗି ଯାଇଥିଲେ ମନ୍ତ୍ରୀ।  ମନ୍ତ୍ରୀ ଉତ୍‌କ୍ଷିପ୍ତ ହୋଇଉଠିଥିଲେ ଓ ଯୁବକକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏଥିସହ ତାଙ୍କୁ ଶିକ୍ଷା ନ ଦେବାକୁ କହିବା ସହଦଳିତ ବର୍ଗରେ ଜନ୍ମହେବାକୁ ନେଇ ନିଜ ଭାଗ୍ୟକୁ ନିନ୍ଦିଥିଲେ। ମନ୍ତ୍ରୀ କହୁଥିଲେ, ମୋ ଭାଗ୍ୟ ଖରାବ କି, ମୁଁ ଏହି ଦଳିତ ସମାଜରେ ଜନ୍ମ ହୋଇଛି, ଯେଉଁଥି ପାଇଁ ପରି ଲୋକ ସହ କଥା ହେବାକୁ ପଡୁଛି।  ସେ ଆହୁରି କହିଥିଲେ, ରାଜାସରର କଣ ସ୍ଥିତି? ଠାକୁରମାନେ ଆମର କି ଅବସ୍ଥା କରିଛନ୍ତି?ତାର ଚିନ୍ତା ନାହିଁ। ମୁଁ ମାଡ ଖାଇ ତୁମମାନଙ୍କ ପାଇଁ ସଂଘର୍ଷ କରିଛି। ବୁଡି ମର ବୋଲି ଯୁବକଙ୍କୁ କହିଥିଲେ।

ସେପଟେ ଏହି ଘଟଣାରେ ଭୱରଲାଲକୁ ଗିରଫ କରାଯାଇଛି। ଏହା ଉପରେ ମନ୍ତ୍ରୀ ସଫେଇ ଦେଇଛନ୍ତି କି, ସେ ଭୱରକୁ ଗିରଫ କରାଇ ନାହାନ୍ତି। ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *