ରାଜନିତୀରେ ଝାରସୁଗୁଡା ଝଡ଼

ଅନାସ୍ଥା ଭୋଟକୁ କେନ୍ଦ୍ର କରି ଝାରସୁଗୁଡ଼ା ରାଜନୀତିରେ ଉଠିଥିବା ଝଡ଼ ଥମିବାର ନାଁ ଧରୁନି। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଓ ତାଙ୍କ ସମର୍ଥକ ସରପଞ୍ଚ, ସମିତିସଭ୍ୟଙ୍କୁ ଛତିଶଗଡ଼ ପୁଲିସର ଅଟକରୁ ହୋଇପାରିଲାନି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ୍। ବ୍ୟକ୍ତିଗତ ମୁଚାଲିକାରେ ଖଲାସ ହୋଇଛନ୍ତି ଅବଶ୍ୟ ସମସ୍ତେ। ଆଉ ଏ ସନ୍ଦର୍ଭରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି ନବୀନ। ଦୀପାଳି ଦାସଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ ବି ହୋଇଥିଲା। ଏଭଳି ସ୍ଥିତିରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି। ମନ୍ଦ ରାଜନୀତିରୁ ବାହାରି ଆଗକୁ ଯିବାକୁ ବାଟ ଦେଖାଇବା ସହ ଦୃଢ଼ମନା ହୋଇ ରୁହ ବୋଲି ନବୀନ ପରାମର୍ଶ ଦେଇଛନ୍ତି। ଦମ୍ ଥିଲେ ଭୋଟିଂ କରାନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଦୀପାଳି। ହାରିଯିବା ଭୟରେ ବିଜେପି ବାଉଳା ହୋଇ ଏଭଳି ପ୍ରତିଶୋଧପରାୟଣ କାର୍ଡ ଖେଳୁଛି।

ସେପେଟ ଝାରସୁଗୁଡ଼ା ଘଟଣା ଲାଗି ନବୀନ ଗଠନ କରିଛନ୍ତି ୭ ଜଣିଆ ଫ୍ୟାକ୍ଚ ଫାଇଣ୍ଡିଂ ଟିମ୍। ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ନବୀନଙ୍କୁ ଦେବେ ରିପୋର୍ଟ। କମିଟିରେ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଦେବେଶ ଆଚାର୍ଯ୍ୟ, ଯୋଗେଶ ସିଂ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ସୁଦର୍ଶନ ହରିପାଲ ଅଛନ୍ତି। କାଉଣ୍ଟରରେ ବିଜେପି କହିଛି, ବିଜେପି ସରକାର ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ। ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ଦିପାଳୀ ଓ ତାଙ୍କ ପରିବାର। ନବୀନ ସରକାର ଅମଳରେ ବାପା ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ କାହିଁକି ଗୁଳି କରି ହତ୍ୟା କଲେ ଆଗ ସେ କଥା ଦୀପାଳି ପଚାରନ୍ତୁ। ଏଫବିଆଇ ତଦନ୍ତ ବାବଦରେ ବିଧାନସଭାରେ କାହିଁକି ମିଛ କହିଥିଲେ ନବୀନ। ମନ୍ଦ ରାଜନୀତି କିଏ କରୁଥିଲା ନବୀନଙ୍କୁ ପଚାରନ୍ତୁ ଦିପାଳୀ। କ୍ଷମତାରୁ ଗଲା ପରେ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି।

ଶୁକ୍ରବାର ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ୍ ପଡ଼ିଥାଆନ୍ତା। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସେପ୍ଟେମ୍ୱର ୧୨ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଦୀପାଳିଙ୍କ ଶିବିରର ସମିତିସଭ୍ୟ ଓ ସରପଞ୍ଚ। ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରି ହାରିଯାଇଥିଲେ କୃଷ୍ଣପ୍ରିୟା। ଅଦାଲତଙ୍କ ନିର୍ଦେଶରେ ୧୦ ତାରିଖରେ ଅନାସ୍ଥା ଭୋଟ ଲାଗି ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ତା ପୂର୍ବ ଦିନ ପୁରା ଘଟଣା ନାଟକୀୟ ମୋଡ଼ ନେଇଗଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *