ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତାଙ୍କୁ ମିଳିଲା ଜାମିନ୍। ସୁପ୍ରିମକୋର୍ଟ କବିତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୫ ମାସ ପରେ ଜେଲ୍ରୁ ମୁକୁଳିବେ ବିଆରଏସ ନେତ୍ରୀ କବିତା। ଇଡି ଓ ସିବିଆଇ ଉଭୟ ମାମଲାରେ କବିତାଙ୍କୁ ଜାମିନି ମିଳିଛି। ଉଭୟ ମାମଲାରେ ୧୦ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ଦେବାକୁ କହିଛନ୍ତି ଅଦାଲତ। ନିଜ ପାସପୋର୍ଟ ଟ୍ରାଏଲ ଜଜଙ୍କ ପାଖରେ ଜମା କରିବେ। ସାକ୍ଷୀଙ୍କୁ ପ୍ରଭାବିତ କରିବେନି। ଟ୍ରାଏଲରେ ସହଯୋଗ କରିବେ। ମାର୍ଚ୍ଚ ୯ରେ କବିତା ଗିରଫ ହୋଇଥିଲେ। ସାଉଥଗ୍ରୁପକୁ ଶହେ କୋଟି ଟଙ୍କା ଲାଞ୍ଚ ଦେବାରେ କୁଆଡ଼େ ମଧ୍ୟସ୍ଥି ସାଜିଥିଲେ କବିତା। ଏହି ଗ୍ରୁପ୍ରେ ଦକ୍ଷିଣର ରାଜନେତା, ମଦ ବେପାରୀ ଅଛନ୍ତି। ଆମ୍ ଆଦମୀ ଦଳର ନେତା- ସାଉଥଗ୍ରୁପ ଭିତରେ ମଧ୍ୟସ୍ଥି ସାଜିଥିବାର ଆରୋପ ଲଦିଥିଲା ଇଡି। ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ୍ କେବି ବିଶ୍ୱନାଥନଙ୍କ ଖଣ୍ଡପୀଠ ଜାମିନ୍ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ୫ ମାସ ହେଲା କବିତା ଜେଲରେ ବନ୍ଦ ଅଛନ୍ତି। ମାମଲାରେ ୪୯୩ ସାକ୍ଷୀ ଓ ୫୦ହଜାର ଦସ୍ତାବିଜ୍ ଅଛି। କିନ୍ତୁ ଶୀଘ୍ର ଟ୍ରାଏଲ୍ ପୁରା ହେବାର କୌଣସି ଆଶା ନାହିଁ। ମାମଲାର ଯାଞ୍ଚ ସମ୍ପୂର୍ଣ୍ଣ ହୋଇସାରିଛି। ଆଇନ ମହିଳାଙ୍କୁ ଜାମିନ୍ ଦେଲା ବେଳେ ବିଶେଷ ଆଚରଣ ପ୍ରଦର୍ଶନ କରିବାର ପ୍ରାବଧାନ ରହିଛି। ହାଇକୋର୍ଟ କବିତାଙ୍କ ଜାମିନ୍ ଆବେଦନ ଖାରଜ କରିଥିବାର ରାୟକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଶିକ୍ଷିତ ମହିଳାଙ୍କ ସହ କୌଣସି ଭେଦଭାବ କରାଯାଇପାରିବନି। ଅଦାଲତ ଏ ଶ୍ରେଣୀ ପ୍ରତି ସମ୍ୱେଦନଶୀଳ ଓ ସହାନୁଭୂତିପୂର୍ଣ୍ଣ ରହିବା ଦରକାର ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି। ଏହା କୁହାଯାଇପାରିବନି ଯେ, ସେ ଉଚ୍ଚଶିକ୍ଷିତା। ବିଧାୟକ କି ସାଂସଦ ଥିବାରୁ ତାଙ୍କୁ ପିଏମଏଲଏ ଆକ୍ଟରେ ଥିବା ପ୍ରାବଧାନରୁ ଲାଭରୁ ବଞ୍ଚିତ କରାଯାଇପାରିବ। ମଦ ଦୁର୍ନୀତିରେ କବିତାଙ୍କ ସଂପୃକ୍ତିକୁ ସିଦ୍ଧି କରିବାକୁ କବିତାଙ୍କ ବିରୁଦ୍ଧରେ ସାକ୍ଷୀ ହାଜର କରିବାକୁ ଇଡି ଓ ସିବିଆଇକୁ ନିର୍ଦେଶ ବି ଦେଇଛନ୍ତି ଅଦାଲତ।

Naxatra News is now on Whatsapp
Join and get latest news update delivered to you via whatsapp
Join Now