ସରକାର, ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ କୋସଲବାଦୀ ନେତା ପ୍ରମୋଦ ମିଶ୍ରଙ୍କ ଆହ୍ୱାନ – ବଲାଙ୍ଗିର ବାଇପାସ କେବେ ହେବ ଶ୍ୱେତପତ୍ର ଜାରିକର

Spread the love

ବଲାଙ୍ଗିର : ଗତ କାଲି ବଲାଙ୍ଗିର ଜିଲ୍ଲା ଛୁଇବନ୍ଧ ଠାରେ ଏକ ମର୍ମହୁତ ଦୁର୍ଘଟଣାରେ ୫ଟି ବ୍ୟକ୍ତିଙ୍କ ପ୍ରାଣହାନି ହେବା ସହ ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ବିଗତ ୧୦ ବର୍ଷ ମଧ୍ୟରେ ବଲାଙ୍ଗିର ସହରର ଓ ପାଖପାଖରେ ଅନେକ ଦୁର୍ଘଟଣା ହୋଇ ବହୁ ଧନ ଜୀବନ ହାନି ହୋଇସାରିଲାଣି । ଏହି ଦୁର୍ଘଟଣା ଏଡାଇବା ପାଇଁ ବାରବାର ବଲାଙ୍ଗିର ବାଇପାସ ରୋଡ ଦାବୀ କରାହୋଇଛି । ଏଥି ପାଇଁ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଆନ୍ଦୋଳନ ମଧ୍ୟ ହୋଇଛି କିନ୍ତୁ ଆଜି ଯାଏ ଏହି ବାଇପାସ ରୋଡର ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ନ ହେଉନାହିଁ । ଓଡିଶାର ବହୁ ଛୋଟ ଛୋଟ ସହର ଓ ନୂତନ ଜିଲ୍ଲାରେ ବାଇପାସ ରୋଡ ହୋଇସାରିଛି । କିନ୍ତୁ ସର୍ବ ପୁରାତନ ଏହି ପାଟଣାଗଡଜାତ ର ବଲାଙ୍ଗିର ସହର ଯାର ମଧ୍ୟରେ କି ଦୁଇଟା ବଡ ବଡ ଜାତୀୟ ରାଜପଥ ଯାଇଛି ସେଠାରେ ବାଇପାସ ରୋଡ ହୋଇପାରୁ ନାହିଁ । ବଲାଙ୍ଗିର ଜିଲ୍ଲାରେ ଓଡିଶାର ବହୁ ପ୍ରଭାବଶାଳୀ ରାଜନେତା ରହିଛନ୍ତି କିନ୍ତୁ ରାଜନୈତିକ ଇଚ୍ଛାଶକତି ର ଅଭାବ, ପରସ୍ପର ମଧ୍ୟରେ ସମନ୍ୱୟର ଅଭାବ ତଥା ପରିବାରବାଦୀ ମନୋବୃତ୍ତି ଯୋଗୁଁ ବଲାଙ୍ଗିର ଜିଲ୍ଲାର ବିକାଶ ହୋଇ ପାରୁନାହିଁ । ସବୁ ରାଜନେତା ଅଂଚଳର ବିକାଶ ପରିବର୍ତ୍ତେ ନିଜ ନିଜର ପରିବାରର ସଂପତ୍ତି ଓ ପ୍ରତିପତ୍ତି ବଢାଇବାରେ ବ୍ୟସ୍ତ । କୌଣସି ପ୍ରକଳ୍ପ ଟେ ହେଲେ ସେମାନେ କିଭଳି ଜମି ଅଧିଗ୍ରହଣ ରୁ ଲାଭାନ୍ୱିତ ହେବେ କିମ୍ବା ତାଙ୍କ ପରିବାର ବର୍ଗ କିମ୍ବା ସମର୍ଥକ କିଭଳି ଠିକା କାମ ପାଇବେ ସେଥିରେ ସେମାନେ ବ୍ୟସ୍ତ । ପ୍ରଶାସନ ମଧ୍ୟ ଲୋକାଭିମୁଖ୍ୟ ହେବା ବଦଳରେ ନେତାଭିମୁଖୀ ହେଉଛି । ତେଣୁ ବାଇପାସ ଭଳି ସବୁ ପ୍ରସଙ୍ଗ ଅଟକି ରହିଛି । ତେଣୁ ରାଜ୍ୟ ସରକାର ତୁରନ୍ତ ବଲାଙ୍ଗିର ବାଇପାସ ସଂପର୍କରେ ଶ୍ୱେତପତ୍ର ଜାରି କରନ୍ତୁ ତଥା ଜନସାଧାରଣ ଓ ବୁଦ୍ଧିଜିବୀ ଏଭଳି ସୁବିଧାବାଦୀ ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆଗେଇ ଆସନ୍ତୁ ବୋଲି ବରିଷ୍ଠ କୋସଲବାଦୀ ନେତା ପ୍ରମୋଦ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *