ପି.ଚିଦାମ୍ୱରମଙ୍କ ବିରୁଦ୍ଧରେ ଆକ୍ସନ ନେବାକୁ ମଣିପୁର କଂଗ୍ରେସ ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦାବି କରିଛି ମଣିପୁର ପିସିସି। ଆଞ୍ଚଳିକ ସ୍ୱୟଂଶାସିତ ଓ ଅଶୋଭନୀୟ ଭାଷା ବ୍ୟବହାର କରିଥିବାରୁ ଚିଦାମ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ୍ କରିଛି ମଣିପୁର କଂଗ୍ରେସ। ଯଦିଓ ନିଜର ପୋଷ୍ଟକୁ ପରେ ଡିଲିଟ୍ କରିଦେଇଥିଲେ ଚିଦାମ୍ୱରମ। ମଣିପୁର ସଂକଟ ବେଳେ ଚିଦାମ୍ୱରମଙ୍କ ଏକ୍ସ-ରେ ପୋଷ୍ଟକୁ ସର୍ବସମ୍ମତ କ୍ରମେ ନିନ୍ଦା କରିଛି ଦଳ। ମଣିପୁର ଅଶାନ୍ତ ବେଳେ ଲୋକଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି ଚିଦାମ୍ୱରମ ବୋଲି ଆରୋପ ଲଦିଛି। ମଣିପୁରରେ ଉପୁଜିଥିବା ଅଶାନ୍ତ ପରିସ୍ଥିତି, ସାର୍ବଜନୀକ ଦୁଃଖ ଓ ରାଜନୈତିକ ସମ୍ୱେଦନଶୀଳତାର ମାହୋଲ ବେଳେ ଚିଦାମ୍ୱରମଙ୍କ ଭାଷା ଓ ଭାବନା ଅନୁଚିତ୍ ଥିଲା। ମୈତେୟୀ, କୁକି ଓ ନାଗା ଗୋଟିଏ ରାଜ୍ୟରେ ଏକାଠି ସେତେବେଳେ ରହିପାରିବେ। ଯେବେ ସେମାନଙ୍କ ପାଖରେ କ୍ଷେତ୍ରୀୟ ସ୍ୱାୟତ୍ତତା ରହିବ। ଏହି ପୋଷ୍ଟକୁ ନେଇ କଂଗ୍ରେସ ନେତା ତଥା ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂ ଅସନ୍ତୋଷ ଜାହିର୍ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now