ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସର ଶେଷ ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଐତିହାସିକ ପଦେକ୍ଷପ । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । ୨୦୧୪ ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଜି ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପଦା ସ୍ଥିତ ୧୯୪ ନମ୍ବର ବୁଥ୍ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ କାର୍ଯ୍ୟକର୍ତାଙ୍କ ସହ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୩ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ଶୁଣିଛନ୍ତି ।
ମୋଦିଜୀଙ୍କ ଏହି ପ୍ରୟାସ ସମସ୍ତଙ୍କୁ ମାର୍ଗ ଦର୍ଶନ କରିବା ସହ ପ୍ରେରଣା ଯୋଗାଇବ । ପ୍ରଧାନମନ୍ତ୍ରୀ “ମନ କି ବାତ୍” କାର୍ଯ୍ୟକ୍ରମ ଆଗାମୀ ଯୁବ ସମାଜକୁ ମାର୍ଗ ଦର୍ଶନ କରାଇବାରେ ସହାୟକ ହେବ ବୋଲି ସାମଲ କହିଛନ୍ତି ।
ମୋଦି ୨୦୧୬ ଓ ୨୦୨୧ରେ ଆମେରିକା ଯିବା ପରେ ଶତାଧିକ ପ୍ରାଚୀନ କଳାକୃତି, ସାମଗ୍ରୀ ଭାରତକୁ ଆସିଥିବା “ମନ୍ କି ବାତ୍”ର ୧୦୩ତମ ସଂସ୍କରଣରେ ମୋଦି କହିବା ସହ ଆମେରିକା ସରକାରକୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ମୋଦିଜୀ କହିଛନ୍ତି ଯେ, ଭାରତ ୧୨,୦୦୦କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରାୟ ୧୦ଲକ୍ଷ କିଲୋଗ୍ରାମ ଓଜନର ଡ୍ରଗ୍ସ(ନିଶାଦ୍ରବ୍ୟ) ନଷ୍ଟ କରି ରେକର୍ଡ ସୃଷ୍ଟି କରିଛି, ଏନେଇ ଦେଶର ଯୁବ ବର୍ଗଙ୍କୁ ସେ ପ୍ରଶଂସା କରିଛନ୍ତି । ଜନସମୂହ ଭାଗିଦାରି ଓ ସଚେତନତା ପ୍ରସଙ୍ଗରେ ଉତ୍ତର ପ୍ରଦେଶରେ ରେକର୍ଡ ସଂଖ୍ୟକ ୩୦କୋଟି ଚାରା ରୋପଣ କରାଯାଇଛି । ମୋଦିଜୀ ଦେଶପାଇଁ ସହିଦ୍ ହୋଇଥିବା ଯବାନଙ୍କ ସମ୍ମାନାର୍ଥେ “ମେରି ମାଟି ମେରା ଦେଶ” ଅଭିଯାନ ଆରମ୍ଭ କରିବେ ବୋଲି “ମନ୍ କି ବାତ୍”ରେ କହିଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ସୁନ୍ଦରପଡା ଅଞ୍ଚଳର କର୍ପୋରେଟର ମଧୁସ୍ମିତା ପ୍ରଧାନ, ତୃପ୍ତିମଇ ମକଦ୍ଦମ, ମୁରଲୀ ମନୋହର ପାତ୍ର, ବନ୍ଦନା କାନୁନଗୋ, ବିଜୟ ସାହୁ, ସୁନିଲ ପ୍ରଧାନ, ଉପେନ୍ଦ୍ର ଭଞ୍ଜ, ପ୍ରଶାନ୍ତ ପ୍ରଧାନ, ମନୋଜ ପଶ୍ଚିମକବାଟ, ପ୍ରସନ୍ନ ସିଂ, ସୁବାସ ବାରିକ ଓ ବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now