କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମେଘାଳୟର ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

Spread the love

ନୂଆଦିଲ୍ଲୀ : ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଓ ମନ୍ତ୍ରୀ ରକାମ ଏ ସାଙ୍ଗମା ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ସାକ୍ଷାତ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରଧାନ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ପ୍ରଧାନ ଟ୍ୱିଟ କରି କହିଛନ୍ତି, ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଓ ମନ୍ତ୍ରୀ ରକାମ ଏ ସାଙ୍ଗମାଙ୍କ ସହ ସାକ୍ଷାତ କରି ଖୁବ ଖୁସୀ ଲାଗିଲା । ଉଭୟଙ୍କ ସହ ମେଘାଳୟର ସ୍କୁଲ ଓ ଉଚ୍ଚ ଶିକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ସଫଳ କଥାବାର୍ତା ହେଲା । ମୋଦୀ ସରକାର ମେଘାଳୟର ନାଗରିକ ମାନଙ୍କର ଆକାଂକ୍ଷାକୁ ପୂରଣ କରିବାକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ସଂକଳ୍ପବଦ୍ଧ । ଶିକ୍ଷା ସହିତ ଦକ୍ଷତା ବିକାଶ, ଉଦ୍ୟମିତା ଓ ରୋଜଗାର ଜରିଆରେ ଯୁବ ଶକ୍ତିର ସମ୍ପୂର୍ଣ ସାମର୍ଥ୍ୟ ସମ୍ପର୍କ ବିଷୟରେ ଅବଗତ ।

Leave a Reply

Your email address will not be published. Required fields are marked *