୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିସେମ୍ବର ୧ ତାରିଖ ଅପରାହ୍ନ ଯାଏ ରହିବେ । ଭୁବନେଶ୍ବରରେ ପ୍ରଥମ ଥର ହେବାକୁ ଥିବା ୩ଦିନିଆ ଡିଜି ଓ ଆଇଜି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ସେଥିପାଇଁ ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

ଆଇନ ମନ୍ତ୍ରୀ କହିଛନ୍ତି ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ୨୯ ତାରିଖରେ ଓଡ଼ିଶା ଆସିବେ । ସେ ୩୦ ଓ ଡିସେମ୍ବର ୧ରେ ଡିଜିପି ସମ୍ମିଳନୀରେ ଭାଗ ନେବେ । ତାଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ୩ ଦିନ ରହି କନଫରେନ୍ସରେ ଯୋଗଦେବେ । ସମ୍ମିଳନୀ ଶେଷ ହେବା ଯାଏ ସମସ୍ତେ ଉପସ୍ଥିତ ରହିବେ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *