ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି

Spread the love

ଆଜି ତୃତୀୟ ଥର ପାଇଁ  ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟା ୧୫ ମିନିଟରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏଥିସହ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଯୋଗ ଦେବା ପାଇଁ ଦେଶବିଦେଶରୁ ବୁହୁ ଅତିଥି ଯୋଗ ଦେବେ । ୬ ଜଣ ରାଷ୍ଟ୍ରମୁଖ୍ୟ ଶପଥ ସମାରୋହ ସାମିଲ ହେବେ । ଗୋଟିଏ ପଟେ ସମାରୋହ ପାଇଁ ଜୋରଦାର ଆୟୋଜନ ଚାଲିଥିବା ବେଳେ ଅନ୍ୟପଟେ କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ, ଏ ନେଇ ଅଙ୍କକଷା ଚାଲିଛି । ସେପଟେ ଜେଡିୟୁ, ଟିଡିପି ଓ ଅନ୍ୟ ଦଳର ଦାବି ବଢ଼ିବାରେ ଲାଗିଛି । ଶପଥ ସମାରୋହ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯିବା ସହ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୫୦୦ ପୋଲିସ ଫୋର୍ସ, ୫ କମ୍ପାନୀ ପାରାମିଲିଟାରି ଫୋର୍ସ, ଏନଏସଜି କମାଣ୍ଡୋ ସହ ଡ୍ରୋନ ଏବଂ ସ୍ନାଇପରଙ୍କୁ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *