ଶପଥ ଗ୍ରହଣ ପୂର୍ବରୁ ନବୀନ ନିବାସ ଯିବେ ମୋହନ ମାଝୀ…

Spread the love

ନବୀନ ନିବାସ ଯିବେ ମୋହନ ମାଝୀ। ଶପଥ ଗ୍ରହଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମୋହନ ମାଝୀ। ସୌଜନ୍ୟମୂଳକ ସାକ୍ଷାତ ପାଇଁ ନବୀନ ନୀବାସ ଯିବେ ବୋଲି ସୂଚନା ଦେଇଛନ୍ତି ମୋହନ ମାଝୀ। ଆଜି ଅପରାହ୍ନ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଏବଂ ହଜାର ହଜାର ଓଡ଼ିଶାବାସୀଙ୍କ ଉପସ୍ଥିତିରେ ନେବେ ଶପଥ। ତେବେ ଗତକାଲି ବିଜେପିର କିଛି ବରିଷ୍ଠ ନେତା ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିଲେ।

Leave a Reply

Your email address will not be published. Required fields are marked *