ଅପରାହ୍ନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ….

Spread the love

ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ମାଝୀ । ଅପରାହ୍ନ ୪ଟା ୪୫ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୋହନ ମାଝୀଙ୍କ ଉପରେ ବିଜେପି ବିଧାୟକମାନେ ଓ କେନ୍ଦ୍ରୀୟ ନେତୃତ୍ୱ ଭରସା କରିଛନ୍ତି । ସେ ଆଜି ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଢ଼ିବାକୁ ଯାଉଥିବା ବେଳେ ମୋହନ ମାଝୀ ହୋଇଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ । ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ନିର୍ବାଚିତ ବିଧାୟକ ଏବଂ ସାଂସଦମାନଙ୍କୁ ନେଇ ବୈଠକ ହୋଇଥିଲା । ଏହାପରେ ମୋହନ ମାଝୀଙ୍କ ନାମରେ ମୋହର ବାଜିଥିଲା । ବିଧାନସଭାକୁ ସେ ମୋଟ୍ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜନୀତିରେ ପାଦ ଥାପିବା ପୂର୍ବରୁ ମୋହନ ମାଝୀ ଶିଶୁ ମନ୍ଦିରର ଗୁରୁଜୀ ଥିଲେ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିମାପଡାର ବିଧାୟିକା ପ୍ରଭାତୀ ପରିଡା ଏବଂ ପାଟଣାଗଡର ବିଧାୟକ କେ.ଭି ସିଂଦେଓ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *