ମୋକିମ, ଚିରଞ୍ଜୀବ ବିଶ୍ୱାଳ ହେଲେ ଓଡିଶା କଂଗ୍ରେସରୁ ନିଲମ୍ବିତ

Spread the love

କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍‌ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଆଜି ଶନିବାର ଦିନ ଓଡିଶା କଂଗ୍ରେସରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପରେ ଯୋଗଦେବା ଅଭିଯୋଗରେ ଦୁଇ ବରିଷ୍ଠ ନେତାଙ୍କୁ ନିଲମ୍ବିତ କରାଯାଇଥିବା ପ୍ରକାଶ ପାଇଛି ।

ସୂଚନାନୁସାରେ, ଓଡିଶା କଂଗ୍ରେସ ସଭାପତି ସରତ ପଟ୍ଟନାୟକ ଅନୁଶାସନ କ୍ରିୟାନୁଷ୍ଠାନ କମିଟି (ଡିଏସି) ପାଖରେ ପୂର୍ବରୁ ଉଭୟ ନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଉଭୟ ନେତାଙ୍କଠାରୁ ଉତ୍ତର ନିଆଯାଇଥିଲେ ମଧ୍ୟ ଉତ୍ତରଗୁଡିକ ସନ୍ତୋଷଜନକ ନୁହେଁ ବୋଲି କହି ଡିଏସି ଉଭୟଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଥିଲା।

ଯୋଗାଯୋଗ କରାଯିବା ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସରତ ପଟ୍ଟନାୟକ କହିଛନ୍ତି ଯେ, ଏହା ହାଇ କମାଣ୍ଡର ନିଷ୍ପତ୍ତି ଏବଂ ଆମକୁ ଏହାକୁ ଗ୍ରହଣ କରିବାକୁ ପଡିବ ।

ତାଙ୍କ ପ୍ରତିକ୍ରିୟାରେ ବିଧାୟକ ମୋକିମ୍ କହିଛନ୍ତି, “ହ୍ୱାଟସ୍ ଆପ୍ ରେ ଘୁରୁଥିବା କରୁଥିବା ଏକ ଚିଠିରୁ ଆମର ନିଲମ୍ବନ ବିଷୟରେ ଆମେ ଜାଣିଛୁ । ମୁଁ କୌଣସି ଦଳ ବିରୋଧୀ ବିବୃତ୍ତି ଦେଇ ନାହିଁ । କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଭାବରେ ମନୋନୀତ କରିବା ପାଇଁ ମୋର ଭୋଟ୍‌ରେ ଅଂଶଗ୍ରହଣ କରିବା ପରେ ଓପିସିସି ମୁଖ୍ୟ ଦଳର ହାଇକମାଣ୍ଡଙ୍କୁ ଲେଖିଥିଲେ । ଏବଂ କାରଣ-ଦର୍ଶାଅ ନୋଟିସ୍ ପାଇବା ପରେ, ମୁଁ ମୋର ଉତ୍ତର ଦେଇସାରିଛି । କିନ୍ତୁ ମୁଁ ଦଳ ବିରୋଧରେ କିଛି କରି ନାହିଁ। ତେବେ ମୁଁ ଦଳର ନିଷ୍ପତ୍ତିକୁ ଗ୍ରହଣ କରୁଛି । ”

“ଦଳ ଆମକୁ ସାମୟିକ ଭାବେ ନିଲମ୍ବିତ କରିଛି । ଆଗାମୀ ଦିନରେ, ଆମେ ଦଳ ସହ କିପରି ଜଡିତ ହୋଇ ଏହାକୁ ମଜବୁତ କରିପାରିବା ସେ ବିଷୟରେ ଚିନ୍ତା କରିବୁ । ଆଜି ସରାତ ପଟ୍ଟନାୟକ ଦଳର ମୁଖ୍ୟ । ଆସନ୍ତାକାଲି ତାଙ୍କ ସ୍ଥାନରେ ଅନ୍ୟ କେହି ରହିବେ । କିନ୍ତୁ ମୁଁ କଂଗ୍ରେସ ସହିତ ଅଛି ବୋଲି ମୋକିମ କହିଛନ୍ତି ।

Leave a Reply

Your email address will not be published. Required fields are marked *