ବର୍ଷକ ମଧ୍ୟ୍ୟରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ଛାଡିଲେ ଦେଶ…

Spread the love

ବର୍ଷକ ମଧ୍ୟ୍ୟରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ଦେଶ ଛାଡିଛନ୍ତି । ୨୦୨୧ ରେ ଏମାନେ ଭାରତ ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି । ଯାହା ଗତ ୫ ବର୍ଷ ମଧ୍ୟ୍ୟରେ ସର୍ବାଧିକ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶ ଛାଡିଥିବା ଲୋକଙ୍କ ମଧ୍ୟ୍ୟରୁ ଅଧିକ ଆମେରିକାର ନାଗରିକତା ଗ୍ରହଣ କରିଛନ୍ତି । ମୋଟ ଉପରେ ୭୮ ହଜାର ଭାରତୀୟ ଆମେରିକା ନାଗରିକତା ଗ୍ରହଣ କରିଥିବା ବେଳେ ଅଷ୍ଟ୍ରେଲିଆର ୨୩ ହଜାର ୫୩୩ , କାନାଡାର, ୨୧ ହଜରା ୫୯୭ , ଇଂଲଣ୍ଡର ୧୪ ହଜାର ୬୩୭ , ଇଟାଲୀର ୫ ହଜାର ୯୮୬ , ନେଦରଲ୍ୟାଣ୍ଡର ୨ ହଜାର ୧୮୭ , ନ୍ୟୂଜ଼ୀଲାଣ୍ଡର ୨ ହଜାର ୬୪୩ , ସିଙ୍ଗାପୁରର ୨ ହଜାର ୫୩୩ , ନେପାଳର ୧୦ , ଏବଂ ଶତ୍ରୁ ରାଷ୍ଟ୍ର ଚୀନ ଓ ପାକିସ୍ତାନ ନାଗରିକତା ଗ୍ରହଣ କରିଛନ୍ତି ୩୬୨ ଏବଂ ୪୧ ଜଣ ଭାରତୀୟ ।

ଭାରତ ଦୁଇ ଦେଶର ନାଗରିକତା କୁ ଗ୍ରହଣ କରିନଥିବାରୁ ସେମାନେ ଭାରତର ନାଗରିକତା ଛାଡିବାକୁ ଏମାନେ ବାଧ୍ୟ୍ୟ ହୋଇଛନ୍ତି । ୨୦୧୭ ରେ ୧ ଲକ୍ଷ ୩୩ ହଜାର , ୨୦୧୮ ରେ ୧ ଲକ୍ଷ ୩୪ ହଜାର ୫ ଶହ ୨୦୧୯ ରେ ୧ ଲକ୍ଷ ୪୪ ହଜାର , ୨୦୨୦ ରେ ୮୫ ହଜାର ଭାରତୀୟ ଦେଶର ନାଗରିକତା ଛାଡିଥିବା ନେଇ ଗୃହ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସୁଚନା ଦେଇଛନ୍ତି ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *