ମୁମ୍ୱାଇ ମେୟର ଏଥର ବିଜେପିରୁ- ୪୫ ବର୍ଷ ପରେ ରଚିବ ଇତିହାସ

ଦୀର୍ଘ ୮ ବର୍ଷ ପରେ ମୁମ୍ୱାଇରେ ହେଲା ବିଏମସି ନିର୍ବାଚନ। ୨୦୧୭ରେ ହୋଇଥିବା ନିର୍ବାଚନରେ କିଶୋରୀ ପେଡନେକର ହୋଇଥିଲେ ମେୟର। ଯାହାଙ୍କ କାର୍ଯ୍ୟକାଳ ୨୦୨୨ରେ ସରିଥିଲା। ଆଉ ୪ ବର୍ଷ ପରେ ମୁମ୍ୱାଇ ନୂଆ ମେୟର ପାଇବାକୁ ଯାଉଛି। ୨୦୧୭ ନିର୍ବାଚନରେ ବିଭାଜନ ହୋଇନଥିବା ଶିବସେନା ୨୨୭ ଆସନରୁ ୮୪ ଆସନ ଜିତିଥିଲା। ଆଉ ସେତେବେଳେ ବିଜେପି ସହ ମେଣ୍ଟ କରି ମ୍ୟାଜିକ ନମ୍ୱର ପାରି କରିଦେଲା। ବିଜେପି ୮୨ ସିଟ୍ ଜିତିଥିଲା। ଆଉ ବିଜେପି ସହଯୋଗରେ ମେଣ୍ଟ ୧୧୪ ଆସନ ପାଇ ମେୟର କରିଥିଲା। ମହାରାଷ୍ଟ୍ରର ୨୯ ମହାନଗର ନିଗମରେ ବିଜେପି ଓ ମହାୟୁତିର ଲହର ଦେଖିବାକୁ ମିଳିଛି। ୨୬ଟି ମହାନଗର ନିଗମରେ ମହାୟୁତିର ବାଜିମାତ୍ ହୋଇଛି। ବିଏମସିରେ ପ୍ରଥମ ଥର ସିନ୍ଦେଙ୍କ ଶିବସେନା ସହ ମିଶି ବିଜେପି ଉଦ୍ଧବଙ୍କକୁ ୩୦ ବର୍ଷ ପରେ ରୋକ୍ ଲଗାଇଛି। ଉଦ୍ଧବ ଠାକରେଙ୍କୁ ନମ୍ୱର-ଟୁ କୁ ଠେଲିଦେଇଛି। ଆଉ ମୁମ୍ୱାଇ ବିଏମସିରେ ବିରୋଧୀ ଆସନରେ ଉଦ୍ଧବଙ୍କୁ ବସାଇବାକୁ ସକ୍ଷମ ହୋଇଛି। ୧୯୯୭ରୁ ୨୦୨୨ ଯାଏ ଶିବସେନାରୁ ୧୨ ଜଣ ମେୟର ଚୌକିରେ ବସିଥିଲେ। ୧୯୯୭ରେ ମିଲିନ୍ଦ ବୈଦ୍ୟ ଶିବସେନାର ମେୟର ପଦ ହାସଲ କରିଥିଲେ। ଏହା ପରଠୁ ୨୦୨୨ ଯାଏଁ ଏହି ପଦ ଶିବସେନା ପାଖରେ ରହିଲା। ଦୀର୍ଘ ୪୫ ବର୍ଷ ପରେ ବିଜେପି ଏହି ସ୍ଥିତିରେ ପହଞ୍ଚିପାରିଛି। ଯିଏ ନିଜର ମେୟର କରିପାରିବ। କଥା ପଡ଼ିଛି। ବିଜେପି କାହାକୁ ମେୟର ଆସନରେ ବସାଇବ। ନିର୍ବାଚନ ରେଜଲ୍ଟ କହୁଛି, ବିଏମସି ପୁରା ଗେରୁଆମୟ ହୋଇଯାଇଛି। ବିଜେପି ଇତିହାସରେ ଆଜିଯାଏଁ କୌଣସି ନେତା ମେୟର ହୋଇପାରିନାହାନ୍ତି। ଏଥର ଠାକରେ ବ୍ରଦର୍ସଙ୍କୁ ଧୂଳି ଚଟାଇଦେଇଛି ମହାୟୁତି। ଉଦ୍ଧବଙ୍କ ଶିବସେନା(ୟୁବିଟି) ୬୩ ଆସନରେ ଆଗୁଆ ଥିଲା ବେଳେ କଂଗ୍ରେସ ମାତ୍ର ୧୨ଟି ଆସନ ଦଖଲ କରିଛି। ସେପଟେ ଏମଏନଏସକୁ ବଡ଼ ଝଟକା ଲାଗିଛି। ମାତ୍ର ୬ଟି ଆସନରେ ଆଗୁଆ ଚାଲିଥିଲା। ଏହା ବ୍ୟତୀତ ଅଜିତ ପାଓ୍ୱାରଙ୍କ ଏନସିପି ଗୋଟିଏ ସିଟ୍ ଓ ଅନ୍ୟ ଦଳର ପ୍ରାର୍ଥୀ ୯ ସିଟରେ ଆଗୁଆ ଅଛନ୍ତି। ସଂଖ୍ୟା ଗଣିତ ଦେଖିଲେ, ଅନ୍ୟ ଦଳ ସହ ମିଶି ମେୟର କରିବା ସ୍ଥିତିରେ ନାହାନ୍ତି ଉଦ୍ଧବ। ତେବେ ବିଜେପିରୁ କିଏ ହେବେ ମେୟର। ବିଜେପି ଆଗରୁ ସ୍ପଷ୍ଟ କରିସାରିଛି, ମେୟର ମରାଠୀ ସମୁଦାୟରୁ ହିଁ ହେବେ। ୨୨୭ କର୍ପୋରେଟରଙ୍କ ଭିତରୁ ଅଧିକାଂଶ କର୍ପୋରେଟର ବିଜେପିର। ମେୟରଙ୍କ କାର୍ଯ୍ୟକାଳ ଅଢ଼େଇ ବର୍ଷ ରୁହେ। କିନ୍ତୁ ପରିଷଦର କାର୍ଯ୍ୟକାଳ ୫ ବର୍ଷ ରୁହେ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *