ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ସମାରୋହରେ ଯୋଗ ଦେବେ । ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିବା ସହ ୧୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ ।ରାଷ୍ଟ୍ରପତି ବୁଧବାର ମେଘାଳୟର ଉମିୟାମଠାରେ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳ ପାଇଁ ଆଇସିଏଆର ଗବେଷଣା କମ୍ପେ୍ଲକ୍ସର ସୁବର୍ଣ୍ଣ ଜୟନ୍ତୀ ସମାରାହରେ ଯୋଗ ଦେଇଛନ୍ତି ।ଗୁରୁବାର ଗୌହାଟୀ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଭିମୁଖେ ବାହାରିବେ । ଅପରାହ୍ଣ ୪ଟା ୩୫ ମିନିଟ୍ ରେ ବିଜୁ ପଟ୍ଟନାୟକ ଅନ୍ତଃଜାର୍ତୀୟ ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ଣ ୪ଟା ୨୦ ମିନିଟ୍ରୁ ୪ଟା ୫୦ ମିନିଟ୍ ଯାଏଁ ଏୟାରପୋର୍ଟରୁ ରାଜଭବନ ରାସ୍ତାକୁ ବନ୍ଦ ରଖାଯିବ । ରାଷ୍ଟ୍ରପତି ରାଜଭବନରେ ପହଞ୍ଚିବା ପରେ ରାତ୍ରୀଯାପନ କରିବେ ।

ଶୁକ୍ରବାର ପୂର୍ବାହ୍ଣ ସାଢ଼େ ୧୧ଟା ବେଳକୁ ରାଜଭବନରୁ ସମ୍ମିଳନୀସ୍ଥଳ ଅଭିମୁଖେ ବାହାରିବେ । ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ପାଇଁ ପୂର୍ବାହ୍ଣ ୧୧ଟା ୨୦ ମିନିଟ୍ରୁ ୧୧ଟା ୫୦ ମିନିଟ୍ ଯାଏଁ ରାଜଭବନରୁ ନାଲ୍କୋ ଛକ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସେଠାରେ ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *