ପିଏମ ଆବାସ ସର୍ଭେ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ କଡା ଚେତାବନୀ

ପିଏମ ଆବାସ ସର୍ଭେରେ ଅଧିକାରୀ ପଞ୍ଚାୟତିରାଜ ମନ୍ତ୍ରୀଙ୍କ କଡା ଚେତାବନୀ । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଲେ ହେବ କାର୍ଯ୍ୟନୁଷ୍ଠାନ । ଏବେ ସୁଦ୍ଧା 24 ଲକ୍ଷ 22 ହଜାର 771 ଜଣ ପିଏମ ଆବାସ ଯୋଜନାରେ ପଞ୍ଜିକରଣ କରିଛନ୍ତି । ମୋତେ ଅଭିଯୋଗ ଆସିଛି,ପାତର ଅନ୍ତର ହେବ ନାହିଁ । ମାର୍ଚ୍ଚ 31 ସୁଦ୍ଧା  ତାଲିକା ବିଭାଗର ହସ୍ତଗତ ହେବ । ପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀ ଯଦି କାହାକୁ ଛାଡିଥିବେ ଯୋଉଁଠୁ ଅଭିଯୋଗ ଆସିବ ସେହି ପରିପେକ୍ଷୀରେ ଆମ ବିଭାଗ ସେମାନଙ୍କ ପାଖରେ ପହଞ୍ଚିବେ।  ଯଦି ପାତର ଅନ୍ତର ହେଇଥିବ ବା ଉଦ୍ଦେଶ୍ୟ ମୂଳକ ଭାବେ ତାଲିକାରେ ହିତାଧିକାରୀକୁ ନେଇନଥିବେ  ତାହେଲେ କାର୍ଯ୍ୟନୁଷ୍ଠାନ ହେବ ।  ବାଦ ପଡ଼ିଥିବା ହିତାଧିକାରୀମାନେ ଜିଲ୍ଲାପାଳ ଓ ସିଡିଓ ପାଖରେ ଏନେଇ ଅଭିଯୋଗ କରି ପାରିବେ । କଳାହାଣ୍ଡିରେ 30 ତାରିଖ ଦିନ ଅନ୍ତୋଦ୍ୟାୟ ଯୋଜନାରେ 50 ହଜାର ଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

ସେପଟେ ଗ୍ରୀଷ୍ମରେ  ଜଳ ସଙ୍କଟକୁ ଆଖି ଆଗରେ ରଖି ପାଣି ପାଇଁ ଲୋକେ କଷ୍ଟ ନ ପାଆନ୍ତୁ  ସରକାର ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି କହିଲେ ମନ୍ତ୍ରୀ |  5 ଲକ୍ଷ 18 ହଜାର 267 ଟି ନଳକୂପ ଅଛି | ଚଳିତ ବର୍ଷ 20 ହଜାର 904ଟି ନଳକୂପ ମଞ୍ଜୁର ହୋଇଛି | ଦରକାର ପଡିଲେ ଆଉ ଏକ ହଜାର ନଳକୂପ କରାଯିବ | ବାର୍ତ୍ତମାନ ସୁଦ୍ଧା 2ହଜାର ସମ୍ପୂର୍ଣ ହୋଇଛି | ଜୁନ 15 ସୁଦ୍ଧା ନଳକୂପ ଖୋଳା ଲାଗି କଣ୍ଟ ରଖାଯାଇଛି କହିଲେ ପଞ୍ଚାୟତିରାଜ । 354 କୋଟି ଟଙ୍କା ମଞ୍ଜୁର ହୋଇ ଜିଲ୍ଲାଗୁଡିକୁ ଦିଆଯାଇସାରିଛି  ଟ୍ୟୁବୱେଲ | ଜଳ ସଙ୍କଟକୁ ନେଇ ଆମେ ପ୍ରସ୍ତୁତ ହୋଇଛୁ କହିଲେ ପଞ୍ଚାୟତିରାଜ ମନ୍ତ୍ରୀରବି ନାଏକ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *