ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଛି। ରାଜଧାନୀରେ ହଜାର ହଜାର ବିଜେଡି କର୍ମୀଙ୍କ ମେଳରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ମୋହନ ଚରଣ ମାଝୀଙ୍କ ସରକାରକୁ ମହଙ୍ଗା ମାଡ଼ ସରକାର ବୋଲି କହି କଟାକ୍ଷ କରିଛନ୍ତି।
ଏବଂ ସେ କହିଛନ୍ତି ଦରବୃଦ୍ଧି ବିରୁଦ୍ଧରେ ଡାକରାରେ ଆପଣମାନେ ସମସ୍ତେ ଏତେ ଶୀତ ରେ ଭୁବନେଶ୍ବର ଆସିଛନ୍ତି ସେଥିପାଇଁ ଧନ୍ୟବାଦ । ୭ମାସ ହୋଇଗଲସା ଆମେ ଲମ୍ବା ଲମ୍ବା ଭାଷଣ ଶୁଣୁଛୁ । କିନ୍ତୁ କାମ ଶୂନ । ଦରଦାମ ବଢି ବଢି ଚାଲିଛି କିନ୍ତୁ ଆକ୍ସନ କିଛି ନାହିଁ । ଲୋକଙ୍କ ସରକାର ବୋଲି ଏ ସରକାର ଦାବି କରୁଛି କିନ୍ତୁ ଲୋକଙ୍କ ସୁଖଦୁଃଖ ସହିତ ଏ ସରକାରର ସମ୍ପର୍କ ଥିବା ବୋଲି ଜଣୁନାହିଁ । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି । ବୋଝ ଉପରେ ଲଳିତା ବିଡା ଭଳି ଅଦିନିଆ ବର୍ଷା ହୋଇଛି । କିନ୍ତୁ ସରକାରଙ୍କ ସହାୟତା କିଛି ନାହିଁ । ମା ମାନେ କାନ୍ଦୁଛନ୍ତି , ଚାଷୀ ମାନେ କାନ୍ଦୁଛନ୍ତି । କିନ୍ତୁ ସରକାର କୁମ୍ଭ ନିଦ୍ରାରେ ଶୋଇଛନ୍ତି । ମିଛ କଥା କହି ବିଜେପି ସରକାରକୁ ଆସିଛି । ଡବଲ ଇଞ୍ଜିନ ସରକାରରେ ଡବଲ ମହଙ୍ଗା ମାଡ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now