ସଂସଦରେ ନିଟ୍ ଝଡ଼

ସଂସଦରେ ନିଟ୍ ପ୍ରସଙ୍ଗକୁ ନେଇ ହଙ୍ଗାମା। ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ  ନିଟ୍ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ବିରୋଧୀ। ନିଟ୍ ପରୀକ୍ଷାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଭାଷଣରେ କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଟଙ୍କା ଦେଇ ପରୀକ୍ଷା କିଣା ଯାଇଛି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଥିବା କହିଛନ୍ତି ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ରାହୁଲଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମଗ୍ର ପରୀକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ କରିବା ଅତି ନିନ୍ଦନୀୟ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *