ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ, କେଜ୍ରିୱାଲଙ୍କୁ ଦେଲେ ଧନ୍ୟବାଦ

ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆପ୍ ନେତ୍ରୀ ତଥା ମନ୍ତ୍ରୀ ଆତିଶୀଙ୍କ ନାମ ଘୋଷଣା କରାଯିବା ପରେ ତାଙ୍କୁ ଏତେ ବଡ଼ ଦାୟିତ୍ୱ ଦେଇଥିବାରୁ ସେ ‘ଗୁରୁ’ ଅରବିନ୍ଦ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଥିଲେ । ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଘୋଷଣା କରାଯିବା ପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ଆତିଶୀ କହିଛନ୍ତି ଯେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନେଇ ସେ ଦୁଃଖିତ । ଗତ ସପ୍ତାହରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ମିଳିବା ପରେ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଦିଲ୍ଲୀର ଲୋକମାନଙ୍କ  ସଚ୍ଚୋଟତାର ପ୍ରମାଣପତ୍ର ନ ମିଳିବା ପର୍ଯ୍ୟନ୍ତ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭୂମିକା ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ନିର୍ବାଚନ ଆୟୋଗ ନଭେମ୍ବର ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ କରାଇବାକୁ ସେ ଦାବି କରିଛନ୍ତି । ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କ ଭଳି ବରିଷ୍ଠ ଆପ୍ ନେତାମାନେ ଦୁର୍ନୀତି ମାମଲାରେ ଜେଲରେ ଥିବା ବେଳେ ଆପ୍ ର ଅନ୍ୟତମ ବଡ଼ ନେତା ଆତିଶୀ ଏକାକୀ ବିଜେପିକୁ ଟାର୍ଗେଟ କରିଥିଲେ । ସେମାନଙ୍କ ଅନୁପସ୍ଥିତିରେ ଆତିଶୀ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିଲେ ଏବଂ ଦିଲ୍ଲୀ ସରକାରଙ୍କ ନୀତିକୁ ସମର୍ଥନ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *