ନ୍ୟୁୟର୍କର ମେୟର ନିର୍ବାଚନ ଜିିତି ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମାମଦାନି। ଏହି ପଦରେ ଜିତିଥିବା ପ୍ରଥମ ମୁସଲିମ୍ ଓ ଦକ୍ଷିଣ ଏସିଆର ପ୍ରଥମ ବ୍ୟକ୍ତି ସାଜିଲେ ଜୋହରାନ। ତେବେ ନିଜର ଓ୍ୱିନିଂ ସ୍ପିଚରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ପ୍ରଂଶସାରେ ଶତମୁଖ ହୋଇପଡ଼ିଛନ୍ତି ଜୋହରାନ। ଡେମୋକ୍ରାଟିକ ସୋସିଆଲିଷ୍ଟର ଜୋହରାନ ସହରର ସବୁଠୁ ଯୁବ ମେୟର ହେବାର ଗୌରବ ହାସଲ କରିଛନ୍ତି। ନିଜର ବିଜୟୀ ଭାଷଣରେ ସେ ନ୍ୟୁୟର୍କ ସହ ଭାରତ ସ୍ୱାଧୀନତାର ଇତିହାସକୁ ସ୍ମରଣ କରିଛନ୍ତି। ନେହେରୁଙ୍କ ପ୍ରସିଦ୍ଧ ଭାଷଣ ଟ୍ରିଷ୍ଟ ଓ୍ୱିଥ୍ ଡେଷ୍ଟିନିର ନଜିର ଦେଇ ଜୋହରାନ କହିଥିଲେ, ଇତିହାସରେ କେବେ କେବେ ଏମିତି କ୍ଷଣ ଆସେ, ଯେତେବେଳେ ଆମେ ପୁରୁଣାରୁ ନୂଆ ଯୁଗରେ ପାଦ ରଖୁ। ସେତେବେଳେ ଗୋଟିଏ ଯୁଗର ସମାପ୍ତ ହୁଏ ଯେତେବେଳେ ଗୋଟିଏ ରାଷ୍ଟ୍ରର ଆତ୍ମାକୁ ଲମ୍ୱା ସମୟ ଧରି ଚାପି ରଖାଯାଇଥିଲା ବେଳେ ଅଭିବ୍ୟକ୍ତିର ସୁଯୋଗ ହାସଲ କରେ। ଆଜି ରାତି ନ୍ୟୁୟର୍କରେ ସେୟା ହିଁ ହେଲା। ଆମେ ପୁରୁଣା ଯୁଗରୁ ନୂଆ ଯୁଗରେ ପାଦ ରଖିଲେ। ଏହା କେବଳ ଏକ ନିର୍ବାଚନୀ ଜିତ୍ ନୁହେଁ। ବରଂ ନୂଆ ଯୁଗର ଶୁଭାରମ୍ଭ ଅଟେ। ଏହା ଏମିତି ଏକ ଯୁଗ, ଯେଉଁଠି ସ୍ପଷ୍ଚତା, ସାହସ ଓ ଭିଜନ ଦାବି କରେ ରାଷ୍ଟ୍ର। ମାମଦାନି ନ୍ୟୁୟର୍କ ସିଟି ମେୟର ନିର୍ବାଚନରେ ୫୦.୪ ପ୍ରତିଶତ ଭୋଟ୍ ହାସଲ କରିଛନ୍ତି। ଡେମୋକ୍ରାଟିକ ପ୍ରତିଦ୍ୱନ୍ଦୀ ଆଣ୍ଡ୍ରୁ କୁଓମୋ ଓ ରିପବ୍ଲିକାନ୍ ପାର୍ଟିର କାର୍ଟିସ ସିଲଭାଙ୍କୁ ହରାଇଛନ୍ତି। ଆମେରିକା ରାଜନୀତିରେ ଜୋହରନାଙ୍କ ଜିତ୍ ଟ୍ରମ୍ପ ପ୍ରଶାସନକୁ ଦୋହଲାଇଦେଇଛି। ଏହି ଜିତ୍ ଏତିକିବେଳେ ହୋଇଛି, ଯେତେବେଳେ ଟ୍ରମ୍ପଙ୍କ ନୀତି ଓ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ବିଚାରାଧାରାକୁ ଜନତା ଖାରଜ୍ କରିଦେଇଛନ୍ତି। ନେହେରୁଙ୍କୁ ପ୍ରଶଂସା ଖବର ବିହାର ରାଜନୀତିରେ ମୁଦ୍ଦା କରି ଥୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ନେହେରୁଙ୍କୁ ସମାଲୋଚନା କରୁଥିବା ବିଜେପି ନେତା କିଛି ଶିଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିହାର ରାଲିରେ ପ୍ରିୟଙ୍କା। ବାଲ୍ମିକୀନଗରରେ ସାଧାରଣ ସଭାକୁ ସମ୍ୱୋଧିତ ବେଳେ ପ୍ରିୟଙ୍କା କହିଛନ୍ତି, ପ୍ରତି କଥାରେ ନେହେରୁଙ୍କୁ ସମାଲୋଚନା କରିଆସୁଛନ୍ତି ଏନଡିଏ ନେତା। କିନ୍ତୁ ବିଦେଶ ମାଟିରୁ ବିଜୟୀ ମେୟରଙ୍କ ମୁହଁରେ ନେହେରୁଙ୍କ ଆଦର୍ଶ ଓ ବିଚାରାଧାରା ବାହାରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now