କିଟ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା । NHRC ସଦସ୍ୟ ପ୍ରିୟଙ୍କ କାନୁନଗୋଙ୍କ ବଡ ବୟାନ । ଛାତ୍ରୀଙ୍କ ସୁରକ୍ଷା ନେଇ ଆଦୌ ଚିନ୍ତିତ ନଥିଲେ କିଟ୍ କର୍ତ୍ତୃପକ୍ଷ । ୟୁଜିସି ଗାଇଡଲାଇନର ଉଲ୍ଲଘଂନ କରିଛି କିଟ୍ ।୪ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଟ୍ ନେପାଳୀ ଛାତ୍ରୀ ମୃତ୍ୟ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି NHRC ସଦସ୍ୟ ପ୍ରିୟଙ୍କ କାନୁନଗୋ । ଛାତ୍ରୀଙ୍କ ସୁରକ୍ଷା ନେଇ ଆଦୌ ଚିନ୍ତିତ ନଥିଲେ କିଟ୍ କର୍ତ୍ତୃପକ୍ଷ । ସମ୍ବେଦନଶୀଳ ଘଟଣାକୁ ଅତି ହାଲୁକା ଭାବେ ନେଇଥିଲେ କିଟ୍ କର୍ତ୍ତୃପକ୍ଷ । ୟୁଜିସି ଗାଇଡଲାଇନର ଉଲ୍ଲଘଂନ କରିଛି କିଟ। ସେ କହିଛନ୍ତି, ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ଏବଂ ଯୌନ୍ୟ ନିର୍ଯାତନା ଦିଆଯାଉଥିବା ନେଇ ପୀଡ଼ିତା ଜଣକ କିଟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ, କିନ୍ତୁ କିଟ୍ କର୍ତ୍ତୃପକ୍ଷ ଏନେଇ ଥାନାରେ କୌଣସି ଅଭିଯୋଗ କରିନଥିଲେ କି କୌଣସି ଆକ୍ସନ ନେଇନଥିଲେ। ଯେଉଁଥିପାଇଁ ପୀଡ଼ିତାଙ୍କର ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ କିଟ କର୍ତ୍ତୃପକ୍ଷ ପ୍ରୋତ୍ସାହିତ କରିଛନ୍ତି। ଆତ୍ମହତ୍ୟା ପାଇଁ ବାଧ୍ୟ କରିବା କ୍ଷେତ୍ରରେ ବିଶ୍ବବିଦ୍ୟାଳୟର ମ୍ୟାନେଜମେଣ୍ଟ ସାମିଲ ରହିଛି। ଆମେ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ପୋଲିସ କମିଶନର ନୋଟିସ୍ କରିଛୁ ବୋଲି କହଛନ୍ତି NHRC ସଦସ୍ୟ ପ୍ରୟଙ୍କ କାନୁନଗୋ

Naxatra News is now on Whatsapp
Join and get latest news update delivered to you via whatsapp
Join Now