ଅଡୁଆରେ ନୁପୁର ଶର୍ମା

Spread the love

 ବଢିଲା ନୁପୁର ଶର୍ମାଙ୍କ ଅଡୁଆ । ନୁପୁରଙ୍କ  ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କଲା କୋଲକତା ପୋଲିସ୍। ପ୍ରଫେଟଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ନେଇ ତାଙ୍କ ବିରୋଧରେ ପୋଲିସ ଦୁଇ ଥର ନୋଟିସ୍ ପଠାଇଥିଲା। ମାତ୍ର ନୁପୁର ହାଜର ନେହେବାରୁ ତାଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇଛି । ବିବାଦୀୟ ବୟାନକୁ କେନ୍ଦ୍ର କରି ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଦେଖାଦେଇଥିବା ବେଳେ ଦୁଇଟି ହତ୍ୟାକାଣ୍ଡ ଘଟିଛି। ଏନେଇ କୋଲକତା ପୋଲିସ ନିକଟରେ ନୁପୁରଙ୍କ ବିରୋଧରେ ଦୁଇଟି ଏଫଆଇଆର ରୁଜୁ ହୋଇଛି। ନର୍କେଲଡାଙ୍ଗା ପୋଲିସ ଷ୍ଟେସନ ଜୁନ୍ ୨୦ ତାରିଖରେ ହାଜର ହେବା ଲାଗି ନୋଟିସ୍ ଜାରି ହୋଇଥିଲା। ଏହା ସହ ଅହମରାଷ୍ଟ୍ର ଥାନା ପକ୍ଷରୁ ମଧ୍ୟ୍ୟ ଜୁନ୍ ୨୫ ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ନୁପୁର ହାଜର ହୋଇନଥିଲେ। ନୁପୁର ଶର୍ମାଙ୍କ ଝଡ ଓଡିଶା ବିଧାନସଭାରେ ମଧ୍ୟ୍ୟ ଦେଖିବାକୁ ମିଳିଲା । ନୁପୁର ଶର୍ମା ପ୍ରସଙ୍ଗରେ ଓଡିଶା ବିଧାନସବାରେ ମଧ୍ୟ୍ୟ ହୋ ହାଲ୍ଲା କରିଛନ୍ତି ବିଧାୟକମାନେ । ଏହି ଘଟଣା ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛି ।

ସ୍ମରିଜିତ୍ ଆର୍ୟ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *