ଓଡ଼ିଶା ସରକାର ମୁଣ୍ଡବିହୀନ : ବିଜେପି

Spread the love

ଭୁବନେଶ୍ୱର : ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ବର୍ଷିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଆଜି ଓଡ଼ିଶା ସରକାର ମୁଣ୍ଡବିହୀନ ହୋଇଯାଇଛି । ପ୍ରଛଦପଟ୍ଟରେ ରହୁଥିବା ଲୋକମାନେ ଆସି ଶାସନ ଚଳାଇବା ଆରମ୍ଭ କରିଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ବିଜେଡି ନେତାମାନେ ପ୍ରୋତ୍ସାହନ ଏବଂ ସମର୍ଥନ ଦେଉଛନ୍ତି । ସେମାନଙ୍କ ସ୍ୱାଭିମାନ ତାଙ୍କୁ ପ୍ରଶ୍ନ ପଚାରୁଛି କି ନାହିଁ ।

ସେ କହିଛନ୍ତି, ଜଣେ ସଚିବ, ସେ ମୁଖ୍ୟମନ୍ତ୍ରୀଙ୍କର ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀଙ୍କର ସେ ଯାଇ ସଭାସମିତି କରିବେ, ଘୋଷଣା କରିବେ ଏହା ଦୁର୍ଭାଗ୍ୟଜନକ । ରାଜନୀତିରେ ଏହାର ସ୍ଥାନ ନାହିଁ । ବିଜୁ ଜନତା ଦଳର ନେତାଙ୍କର ଯଦି ସାମାନ୍ୟତମ ସ୍ୱାଭିମାନ ଥାନ୍ତା ଏକଥାକୁ ସମର୍ଥନ କିମ୍ବା ବ୍ୟବସ୍ଥା ଭିତରକୁ ନିଅନ୍ତେ ନାହିଁ । ବିଜୁ ଜନତା ଦଳରେ ଯେତେବେଳେ ଜଣକୁ ଡିଫେଣ୍ଡ କରାଯାଏ ସେତେବେଳେ ଗନ ପଏଣ୍ଟରେ ଡିଫେଣ୍ଡ କରାଯାଏ । ସେ କଣ କହିବେ, କଣ କରାଯିବ ସେସବୁ ଥାର୍ଡ ଫ୍ଲୋରରୁ ଲେଖା ହୋଇ ଆସେ ଏବଂ ସମ୍ପୃକ୍ତ ନେତାଙ୍କ ଇଚ୍ଛା ନଥିଲେ ବି ତାଙ୍କ ମୁହଁରେ କୁହାଯାଇଥାଏ ।

Leave a Reply

Your email address will not be published. Required fields are marked *