ଓଡିଶା ସରକାର ଟାଟା ପାୱାର ପାଖରେ ବନ୍ଧା ପଡିଛି : ବିଜେପି

Spread the love

କେନ୍ଦ୍ରାପଡ଼ା : ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଙ୍ଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଓ ସାଧାରଣ ଜନତା ନାହିଁ ନଥିବା ଯନ୍ତ୍ରଣା ଅନୁଭବ କରୁଛି । ଟାଟା ପାୱାର ର ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କେନ୍ଦ୍ରାପଡ଼ା ବିଧାନସଭା ବିଜେପି ତରଫରୁ ସ୍ଥାନୀୟ ମହୀପାଳ ସ୍ଥିତ ଇଲେକ୍ଟ୍ରିକ ଅଫିସ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ସଂଯୋଜନାରେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ସାହୁ, ବିଧାନସଭା ନେତା ସୁନାକର ବେହେରା, କଳ୍ପନା ମଲ୍ଲିକ, ଉପିନ କୁମାର ରାଉତ, ଅମିତାଭ ସୁଆର, ନେହେରୁ ସାହୁ, ଶୋଭନ ଆଚାର୍ଯ ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିଥିଲା ବେଳେ ଓ ୪୫ ଡିଗ୍ରୀ ତାପମାତ୍ରା ଥିଲା ବେଳେ ସାମାନ୍ୟ ବର୍ଷା ଓ ଧୂଳିଝଡ଼ରେ ୮ରୁ ୧୦ ଘଣ୍ଟା ବିଜୁଳି କାଟ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ସତେ ଯେପରି ଟାଟା ପାୱାର ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବରଂ କମ୍ପାନୀର ଏଭଳି ସ୍ୱେଛାଚାରିତାରୁ ଜଣା ପଡୁଛି ରାଜ୍ୟ ସରକାର ଟାଟା ପାୱାର ନିକଟରେ ବନ୍ଧା ପଡିଛି । ବଳକା ବିଦ୍ୟୁତ ଉତ୍ପାଦନ ରାଜ୍ୟ କହୁଥିଲା ବେଳେ ବିଦ୍ୟୁତ ବିତରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ପାୱାର କଟ ଏହାର ଜ୍ୱଳନ୍ତ ଉଦାହରଣ । ଶକ୍ତି ବିଭାଗ ସ୍ଥାଣୁ ପଡିଛି ତେଣୁ ଅପାରଗ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଇସ୍ତଫା ଦିଅନ୍ତୁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝା, ମଦନ ମୋହନ ବେହେରା, ଦୟାନିଧି ବଳ, ଉମାକାନ୍ତ ନାୟକ, ଅଶୋକ ମଲିକ ରାଜେନ୍ଦ୍ର ପତି, ହେମନ୍ତ ସେଠୀ, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ପୁରୁଷୋତମ ଦାଶ, ରଞ୍ଜନ କୁମାର ରାଉତ, ହରେକୃଷ୍ଣ ରାୟ, ସଞ୍ଜୟ ପାତ୍ର, ଦୀପକ ମହାପାତ୍ର, ବାବାଜୀ ପାତ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *