ବିରୋଧୀମାନେ ଦୋକାନର ନାମ ବଦଳାଇଛନ୍ତି, ହେଲେ ଦୋକାନରେ ସେହି ଦୁର୍ନୀତି ଭ୍ରଷ୍ଟାଚାର ଓ ଲୁଟ ହିଁ ମିଳିବ – ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : ବିରୋଧୀ ଦଳର ମେଣ୍ଟ ତାର ନାମକୁ ୟୁପିଏରୁ ବଦଳାଇ ଇଣ୍ଡିଆ କରିବା ଉପରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଟ୍ୱିଟ କରି କହିଛନ୍ତି ଯେ ପରିଚୟର ସଙ୍କଟର ସାମନା କରୁଥିବା ବିରୋଧୀମାନେ ଏବେ ନାମ ବଦାଳାଇ ଲୋକ ମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଚା କରିଛନ୍ତି । ଦେଶର ଜନସାଧାରଣ ଏହି ବିରୋଧୀ ଦଳ ମାନଙ୍କର ପ୍ରତ୍ୟେକ ରୂପ, ପ୍ରତ୍ୟେକ ରଙ୍ଗକୁ ଠିକ ଭାବେ ଚିହ୍ନି ସାରିଛନ୍ତି । ପରିବାର ବଞ୍ଚାଅ, ଲୁଟ କର, ମିଥ୍ୟା ପ୍ରଚାର କର ଭଳି ଏଜେଣ୍ଡା ନେଇ ଚାଲିଥିବା ଏହି ଦଳ ମାନଙ୍କୁ ସ୍ପଷ୍ଟ କରିବା ଉଚିତ ଯେ, ସେମାନଙ୍କର ଅତୀତ ଏତେ କଳା କାହିଁକି ଯେ ସେମାନଙ୍କୁ ନାମ ବଦଳାଇବାକୁ ପଡିଲା । ଜନସାଧାରଣ ଜାଣନ୍ତି ଯେ ସେମାନେ ଦୋକାନର ନାମ ବଦଳାଇ ଦେଇଛନ୍ତି, ହେଲେ ଦୋକାନରେ ସେହି ପୁରୁଣା ଜିନିଷ ଲୁଣ୍ଠନ, ମିଥ୍ୟା ଓ ଦୁର୍ନୀତି ମିଳିବ ।

Leave a Reply

Your email address will not be published. Required fields are marked *