ରାମନାଥ ଏବେ ସୋନିଆଙ୍କ ପଡ଼ୋଶୀ

ରାଷ୍ଟ୍ରପତି ଭାବରେ ନିଜର କାର୍ଯ୍ୟକାଳ ଆଜିଠୁ ଆରମ୍ଭ କରିଛନ୍ତି ଦ୍ରୌପଦୀ ମୁର୍ମୁ। ରାଇସିନା ରେସରେ ରହିଲେ। ତେବେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ରାଇସିନା ହିଲକୁ ପାଛୋଟି ନେଇଥିଲେ। ଯେଉଁଠି ରାଷ୍ଟ୍ରପତି ଭାବରେ ରହି ଆସୁଥିଲେ କୋବିନ୍ଦ। ତେବେ ରାଷ୍ଟ୍ରପତି ପଦବୀର କାର୍ଯ୍ୟକାଳ ସରିବା ପରେ ନିୟମତଃ ରାଇସିନା ହିଲ୍ ଛାଡ଼ିଛନ୍ତି ରାମନାଥ କୋବିନ୍ଦ। ଆଉ ଏବେ କୁହାଯାଉଛି କି, ରାମନାଥ ଏବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ପଡ଼ୋଶୀ ହେବାକୁ ଯାଉଛନ୍ତି। ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ସାଜିବ ୧୨ ଜନପଥ। ଏହି ବଙ୍ଗଳା ଏକଦା ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ୱାନଙ୍କ ଠିକଣା ଥିଲା।

ରାମନାଥ କୋବିନ୍ଦଙ୍କୁ ଜୁନରୁ ଏହି ବଙ୍ଗଳା ଆବଣ୍ଟିତ ହୋଇସାରିଛି। ସୋମବାର ସୁଦ୍ଧା ରାଇସିନ୍ ହିଲରୁ ଏହି ବଙ୍ଗଳାକୁ ସିଫ୍ଟ ହୋଇଛନ୍ତି ରାମନାଥ କୋବିନ୍ଦ। ୧୨ ଜନପଥକୁ ମଧ୍ୟ ଦିଲ୍ଲୀର ଲୁଟିୟନ୍ସ ସ୍ଥିତ ବଡ଼ ବଙ୍ଗଳାରୁ ଅନ୍ୟତମ ବଙ୍ଗଳା ଭାବେ ବିବେଚନା କରାଯାଇଥାଏ। ଏହିଠାରେ ହିଁ ସୋନିଆଙ୍କ ଆବାସ ୧୦ ଜନପଥ ମାତ୍ର କିଛି ଦୂରରେ ରହିଛି। ଅଗଷ୍ଟ ୨୦୨୧ରେ ଏହି ବଙ୍ଗଳା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆବଣ୍ଟିତ ହୋଇଥିଲା। କିନ୍ତୁ ରାମବିଳାସ ପାଶଓ୍ୱାନଙ୍କ ପୁଅ ତଥା ଜମୁଇର ଲୋକସଭା ସାଂସଦ ଚିରାଗ ପାଶଓ୍ୱାନ ଏହି ବଙ୍ଗଳାକୁ ଖାଲି କରିନଥିଲେ। ଚଳିତ ବର୍ଷ ଜୁନ୍ ରେ ବଙ୍ଗଳା ଖାଲି କରିବାକୁ ସହରାଞ୍ଚଳ ମନ୍ତ୍ରଣାଳୟ ପ୍ରକ୍ରିୟା ଆରମ୍ଭ କରିଥିଲେ। ସେପଟେ ଅଶ୍ୱିନୀ ଏହି ବଙ୍ଗଳାକୁ ସିଫ୍ଟ ହୋଇପାରିନଥିଲେ। ଏହା ପରେ ଅଶ୍ୱିନୀ ପୃଥ୍ୱୀରାଜ ରୋଡରେ ଥିବା ୩୨ ନମ୍ୱର ବଙ୍ଗଳାରେ ରହିଥିଲେ।

ତେବେ ଦିଲ୍ଲୀ ହାଇକୋର୍ଟ ଚଳିତ ମାର୍ଚ୍ଚରେ ପାଶଓ୍ୱାନ ପରିବାରର ଆବେଦନକୁ ଖାରଜ କରିଦେଇଥିଲେ। କାରଣ ଘର ଖାଲି କରିବାକୁ ଅଧିକ ସମୟ ଲୋଡ଼ି ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ପାଶଓ୍ୱାନ ପରିବାର। କାରଣ ଏହି ବଙ୍ଗଳାରେ ଦୀର୍ଘ ତିନି ଦଶନ୍ଧି ଧରି ରହିଥିଲେ ରାମବିଳାଶ ପାଶଓ୍ୱାନ୍। ପ୍ରେସିଡେଣ୍ଟ ପେନସନ ଆକ୍ଟ ୧୯୫୧ ଆଧାରରେ ପୂର୍ବତନ ରାଷ୍ଟ୍ରପତି ଭାବରେ କୋବିନ୍ଦଙ୍କୁ ଦେଢ ଲକ୍ଷ ଟଙ୍କା ମାସିକ ଅବସରକାଳୀନ ସୁବିଧା ସୁଯୋଗ ମିଳିବ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *