୩୫୦୦ କିମି ପଦଯାତ୍ରା କରିବେ ପିକେ

ନୂଆଦିଲ୍ଲୀ: ନିର୍ବାଚନ ବିଶେଷଜ୍ଞ ପ୍ରଶାନ୍ତ କିଶୋର ଗାନ୍ଧୀ ଜୟନ୍ତ୍ରୀରୁ ଆରମ୍ଭ କରିବାକୁ ଯାଉଛନ୍ତି ପଦଯାତ୍ରା। ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରୁ ପଦଯାତ୍ରାର ଶୁଭାରମ୍ଭ କରିବେ। ଏଥିରେ ସେ ୩୫୦୦ କିଲୋମିଟର ପଦଯାତ୍ରା କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ୧୨ରୁ ୧୮ ମାସ ସମୟ ଲାଗିବାର ସମ୍ଭାବନା ରହିଛି।

ପଦଯାତ୍ରା ସମ୍ବନ୍ଧରେ ବୟାନ ଦେଇ କିଶୋର କହିଛନ୍ତି, ପଦଯାତ୍ରା କାଳରେ ପ୍ରତି ପଞ୍ଚାୟତ ଓ ବ୍ଲକରେ ପହଞ୍ଚିବାକୁ ଚେଷ୍ଟା କରିବୁ। ଏଥିସହ ଯାତ୍ରା ମଝିରେ କୌଣସିଠାରେ ସେ ବିରତି ନେବେ ନାହିଁ। ଅନବରତ ଯାତ୍ରାରେ ସାମିଲ ରହିବେ ବୋଲି କିଶୋର କହିଛନ୍ତି।

ଏହି ଯାତ୍ରାର ଶୁଭାରମ୍ଭ ସେ ପଶ୍ଚିମ ଚମ୍ପାରଣର ଭିତିହାରବା ଗାନ୍ଧୀ ଆଶ୍ରମରୁ କରିବେ। ଏହିଠାରୁ ଜାତିର ପିତା ପ୍ରଥମ ସତ୍ୟାଗ୍ରହର ଶୁଭାରମ୍ଭ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *