ସଂସଦକୁ ସମ୍ୱୋଧନ- ୫ଟାରେ କାହିଁକି ଆସିଲେନି ପ୍ରଧାନମନ୍ତ୍ରୀ?

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଅବସରରେ ଆଜି ୫ଟାରେ ଗୃହରେ ପ୍ରଧାନମନ୍ତ୍ରୀ ମୋଦି ସମ୍ୱୋଧିତ କରିଥାଆନ୍ତେ। କିନ୍ତୁ ଆଜି ଏହା ହୋଇପାରିଲାନି। ବିରୋଧୀ ସଦସ୍ୟଙ୍କ ହଙ୍ଗାମା କାରଣରୁ ଲୋକସଭାକୁ ୩ଥର ସ୍ଥଗିତ କରିବାକୁ ପଡ଼ିଥିଲା। ଆଉ ଶେଷରେ ହଟ୍ଟଗୋଳ ଜାରିରୁ ବାଚସ୍ପତି ବାଧ୍ୟ ହୋଇ ଏହାକୁ ଆସନ୍ତାକାଲି ଯାଏ ମୁଲତବୀ କରିଥିଲେ। କିନ୍ତୁ ବିରୋଧୀଙ୍କ କହିବା କଥା, ଡରରେ ଗୃହକୁ ଆସିଲେନି ମୋଦି। ଏହା ସହ ଚେତାବନୀ ବି ଦେଇଛନ୍ତି, ଯେପର୍ଯ୍ୟନ୍ତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଦିଆଯିବନି। ପିଏମ୍ ମୋଦିଙ୍କୁ ବି ଭାଷଣ ଦେବାକୁ ଦିଆଯିବନି। ଏହି ମାମଲାକୁ ନେଇ ଗୁରୁବାର ପ୍ରବଳ ହଙ୍ଗାମା ହୋଇପାରେ। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ଗୃହକୁ ସମ୍ୱୋଧନ କରିବେ କି ନାହିଁ, ସ୍ପଷ୍ଟ ହୋଇନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *