ପୋଲାଭରମ ପ୍ରସଙ୍ଗ, କୋଟିଆ ବିବାଦ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ସ୍ଥାନ ନପାଇବା ବଡ ଆଶ୍ଚର୍ଯ୍ୟର ବିଷୟ – ବିଜେପି

Spread the love

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗ, ପୋଲାଭରମ ପ୍ରସଙ୍ଗ, କୋଟିଆ ବିବାଦ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ସ୍ଥାନ ନପାଇବା ବଡ ଆଶ୍ଚର୍ଯ୍ୟର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବିଜେପିର ପ୍ରବକ୍ତା ଅନିଲ ବିଶ୍ୱାଳ କହିଛନ୍ତି ଯେ, ବିଜୁ ଜନତା ଦଳରେ ଏହି ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ ସେମାନେ ଓଡ଼ିଶାର ସ୍ୱାର୍ଥ, ହକ, ଅଧିକାର, ସ୍ୱାଭିମାନ ପାଇଁ ଯତ୍ନବାନ ନୁହନ୍ତି ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଯେବେଠାରୁ ଛତିଶଗଡରେ କଂଗେସ ସରକାର ଆସିଲା ସେବେଠାରୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ମହାନଦୀକୁ ନେଇ ଚୁପ ହୋଇଗଲେ ।

କୋଟିଆ ସୀମା ବିବାଦ, ମହାନଦୀ, ପୋଲାଭରମ କଣ ଓଡ଼ିଶାର ସ୍ୱାର୍ଥ୍ୟ ସମ୍ବଳିତ ପ୍ରସଙ୍ଗ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ, ମହାନଦୀ ଟ୍ରାଇବ୍ୟୁନାଲରେ ଓଡ଼ିଶା ସରକାର କାହିଁକି ବାରମ୍ବାର ସମୟ ନେଉଛନ୍ତି ? କାହିଁକି ସରକାର ତଥ୍ୟ ପ୍ରସ୍ତୁତ କରିନାହାନ୍ତି । ସେ କହିଛନ୍ତି, ସମାନ ଭାବରେ ଓଡିଶା ସରକାର ଏହି ଭଳି ଅବହେଳା କରି ଅତୀତରେ ପୋଲାଭରମ ବିବାଦରେ ଟ୍ରାଇବ୍ୟୁନାଲରେ ହାରିଲେ । ଏବେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହେବାକୁ ଥିବା ବୈଠକ ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ବିଶ୍ୱାଳ କହିଛନ୍ତି, ମହାନଦୀର ତଳମୁଣ୍ଡରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୧ ବ୍ୟାରେଜରୁ କୌଣସି ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ । ୨୮ଟି ଅନ୍ୟ ପ୍ରକଳ୍ପରୁ ଅଧିକାଂଶର ସର୍ଭେ ବି ଆରମ୍ଭ ହୋଇନାହିଁ । ମହାନଦୀ ଗ୍ରୀନ ମିଶନରେ ୪୮୮ କୋଟିର ଦୁର୍ନୀତି ହୋଇଛି, ଗୋଟିଏ ବି ଗଛ ଲାଗିନି ବୋଲି ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *