ମତଭେଦ ଥିଲେ ସୁପ୍ରିମୋଙ୍କ ସହ ଆଲୋଚନା କରନ୍ତୁ-ଢୋଲକିଆ

ଖୋର୍ଦ୍ଧା ରେ ବିଜେଡି ନେତାଙ୍କ ମେଳି ପ୍ରସଙ୍ଗରେ ରାଜେନ୍ଦ୍ର ଢୋଲକିଆ ଙ୍କ ମନ୍ତବ୍ୟ। ମତଭେଦ ଥିଲେ ସୁପ୍ରିମୋଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଲେ ଢୋଲକିଆ । ଏଇଟା ଆମ ପାର୍ଟିର ବ୍ୟକ୍ତିଗତ ପ୍ରସଙ୍ଗ । ଆମ ପାର୍ଟି ସୁପ୍ରିମୋ ତାଙ୍କୁ ଡାକି କି କଣ ସୁବିଧା ଅସୁବିଧା ହୋଇଛି ଆଲୋଚନା କରିବେ । ବିରୋଧୀ ଦଳ ରେ ଆସିବା ରେ ଆମେ ଚେଷ୍ଟା କରୁଛୁ କେମିତି ଦଳ ସୁସଙ୍ଗଠିତ ରହିବ କେମିତି ସଂଗଠନ ମଜଭୁତ ରହିବ ସେ ନେଇ ସୁପ୍ରିମୋ ଅନେକ ପରାମର୍ଶ ଦେଉଛନ୍ତି । ଦଳର ବରିଷ୍ଠ ନେତା ମାନଙ୍କର ସମସ୍ତଙ୍କ ବିଚାର ଧାରା ଓ ସହଯୋଗ କୁ ନେଇ କେମିତି ଆମେ ଆଗକୁ ବଢିବୁ ପଂଚାୟତ ଓ ପୌର ନିର୍ବାଚନ କୁ ଯିବୁ ସେ ରଣନୀତି ନେଇ ପରାମର୍ଶ ଦିଆଯାଉଛି । ଯଦି ସଙ୍ଗଠନ କୁ ନେଇ କାହା ଭିତରେ ମତ ଭେଦ ଅଛି ସେମାନେ ସୁପ୍ରିମୋ ଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *