ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଯ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।ମେଡିକାଲ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା କମ ଥିବାରୁ ଏଣିକ ଅବସରପ୍ରାପ୍ତ ଅଧ୍ୟାପକ ପାଠ ପଢାଇବେ।ଦେଶ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅନଲାଇନରେ ପାଠ ପଢାଇବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏବେ ରାଜ୍ୟରେ ୧୧ ଟି ମେଡିକାଲ କଲେଜ ରହିଛି। ଆଉ ଦୁଇଟି ମେଡିକାଲ କଲେଜ ତାଳଚେର ଓ କନ୍ଧମାଳ ପାଇପ୍ ଲାଇନ୍ ରେ ରହିଛି। ତାହା ଖୁବଶୀଘ୍ର ଆରମ୍ଭ ହେବ। ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ନେଇ ମଧ୍ୟ ବିଭାଗ ବ୍ୟବସ୍ଥା କରୁଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଯ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।ଅନ୍ୟପଟେ ମେଡିକାଲ କଲେଜ ରେ ଅଧ୍ୟାପକ ନିଯୁକ୍ତି ନେଇ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି ଙ୍କ ପ୍ରତିକ୍ରିୟା । ଅବସରପ୍ରାପ୍ତ ଅଭିଜ୍ଞ ଡାକ୍ତର ମାନଙ୍କୁ ବିଭିନ୍ନ ମେଡିକାଲ କଲେଜ ରେ ପାଠ ପଢ଼ାଇବା ପାଇଁ ଯୋଜନା କରାଯାଉଛି। ଏନେଇ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ହେବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now