ମୁମ୍ବାଇ: ୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷରେ ଫାଶୀ ପାଇଥିବା ୟାକୁବ ମେମନର କବରକୁ ନେଇ ବିବାଦ। ମହରାଷ୍ଟ୍ର ବିଜେପି ନେତା ରାମ କଦମ ଦୁଇଟି ଫଟୋ ଜାରି କରି ଦେଶଦ୍ରୋହୀର କବରକୁ ମଜାର କରାଯାଇଥିବା ଅଭିଯୋଗ କରିଛନ୍ତି। ବିଜେପି ନେତା ଏନେଇ ପୂର୍ବମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ସରକାରକୁ ଅପରାଧିଭାବେ ଦର୍ଶା ଯାଇଛି।
ୟାକୁବ ମେନନକୁ ୨୦୧୫ରେ ନାଗପୁର ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା। ତାର ଶବକୁ ମୁମ୍ବାଇର ମରିନ ଲାଇନ୍ସରେ ଥିବା କବରସ୍ଥଳୀରେ ପୋତା ଯାଇଥିଲା। ବିଜେପି ନେତାଙ୍କ ଅଭିଯୋଗ ପରେ କବରସ୍ଥଳୀର ମୁଖ୍ୟ ଶୋଏବ ଖତିବ ଗଣମାଧ୍ୟମକୁ କହିଛନ୍ତି ସେଠାରେ କୌଣସି ମଜାର କରାଯାଇନାହିଁ। ବରଂ ସେଠାରେ ମାଟି ଖସୁଛି। ତେଣୁ ତାକୁ ଏକ ସିମେଣ୍ଟ ଘେରାରେ ସୁରକ୍ଷିତ ରଖାଯାଇଛି।
ସେ ଆହୁରି କହିଛନ୍ତି କି, ୟାକୁବ ମେମନର ପରିବାରର ବହୁ କବର ରହିଛି, କିନ୍ତୁ ୟାକୁବର କବର ନାହିଁ। ସେ ମାନିଛନ୍ତି କି, ଗୁସୁଲ ବା ମୃତ ଶରୀରର ସୁଦ୍ଧିକରଣ ପାଇଁ ସେଠାରେ ଲାଇଟ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏବେ ବିବାଦ ଠିଆ ହେବାରୁ ଲାଇଟକୁ ହଟାଇ ଦିଆଯାଇଛି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି କି, ୟାକୁବ ଦେଶଦ୍ରୋହୀ ଥିଲା ଓ ତା ପ୍ରତି କୌଣସି ସହାନୁଭୂତି ନାହିଁ।
ସେପଟେ ମହାରାଷ୍ଟ୍ର କଂଗ୍ରେସପ୍ରବକ୍ତା ଅତୁଲ ଲୋଢେ କହିଛନ୍ତି କି, ଯଦି କେହି କିଛି ଭୂଲ କରିଛି ତେବେ ବିଜେପି କରିଛି। ସେ କହିଛନ୍ତି, ୟୁପିଏ ଶାସନ କାଳରେ ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଫାଶୀ ଦିଆଯାଇଥିଲା। ଜଣେ ଥିଲା ଅଫଜଲ ଗୁରୁ ଓ ଅନ୍ୟ ଜଣେ କସାବ। କିନ୍ତୁ ସରକାର ଦୁଇ ପାର୍ଥିବ ଶରୀରକୁ ସେମାନଙ୍କୁ ପରିଜନଙ୍କୁ ଦେଲା ନାହିଁ ଏହାର କାରଣ, ଏହି ଲୋକମାନଙ୍କୁ କବର ଦେବା ପରେ ସେଠାରେ ରେଲିଙ୍ଗ ପଏଣ୍ଟ କରିବାକୁ ସୁଯୋଗ ଦିଆଯାଇଥାଏ।
ତେବେ ସେ ବିଜେପିକୁ ପ୍ରଶ୍ନ କରିଛନ୍ତି କି, କାହିଁକି ବିଜେପି ୟାକୁବଙ୍କ ମରଶରୀରକୁ ତାଙ୍କ ପରିବାରକୁ ଦେଲାନାହିଁ? ଅନ୍ତିମ ସଂସ୍କାର ଏମିତି ଧୂମଧାମରେ କିପରି ହେଲା? ଏଥିରେ କାହିଁ ଏତେ ଲୋକ ସାମିଲ ହେଲେ?। ଏହାର ପ୍ରକୃତ ଲକ୍ଷ୍ୟ କି, ଯଦି ଆଜି ୟାକୁବର କବର ମଜାର ହେଉଛି ତେବେ ଏଥି ପଛରେ ବିଜେପିର ରାଜନୈତିକ ଲାଭ ରହିଛି। ଯଦି ୟାକୁବର ସମାଧି ଗୌରବ ମଣ୍ଡିତ ହେଉଛି ତେବେ ଏଥିପାଇଁ ବିଜେପି ଦାୟୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now