ମୁଁ ନିର୍ବାଚନ ଲଢ଼ିବିନି- ପ୍ରଶାନ୍ତ କିଶୋର

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ କିଶୋର। ବିହାର ବିଧାନସଭା ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ। କିନ୍ତୁ ନିଜ ଦଳ ଜନସୁରାଜ ପାଇଁ ୧୫୦ ସିଟ୍ ହାସଲ କରିବାର ଟାର୍ଗେଟକୁ ପୂରଣ କରିବେ। ଆଉ ୧୫୦ ସିଟରୁ ଯଦି କମ୍ ଆସେ, ତାହେଲେ ତାକୁ ହାର୍ କୁହାଯିବ ବୋଲି କହିଛନ୍ତି ପ୍ରଶାନ୍ତ। ପ୍ରଶାନ୍ତ ଘୋଷଣା କରିଛନ୍ତି କି, ଏହି ନିଷ୍ପତ୍ତି ଜନହିତ ଓ ବଡ଼ ଟାର୍ଗେଟକୁ ନେଇ ଦଳ କରିଛି। ଏହା କୌଣସି ରାଜନୀତିକ ରଣନୀତି ନୁହେଁ। ପ୍ରଶାନ୍ତ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିବା ପୂର୍ବରୁ ଜନସୁରାଜ ଦଳ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିସାରିଛି। ପ୍ରଥମ ପର୍ଯ୍ୟାୟରେ ୫୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୬ ଆଶାୟୀଙ୍କ ନାଁ ଘୋଷଣା କରିଛି। ଏହି ଦୁଇଟି ପର୍ଯ୍ୟାୟରେ ପ୍ରଶାନ୍ତଙ୍କ ନାଁ ନଥିବାରୁ ଏହାକୁ ନେଇ ନାନା ଆକଳନ ଆରମ୍ଭ ହୋଇଥିଲା। ଆଉ ନିଜେ ପ୍ରଶାନ୍ତ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିବା ପରେ ଏହି ଚର୍ଚ୍ଚାରେ ବିରାମ ଲାଗିଛି। ଜନସୁରାଜ ଦଳ କିଛି ମାସ ହେଲା ରାଜ୍ୟତମାମ ଜନସମ୍ୱାଦ ଯାତ୍ରା କରି ସଂଗଠନ ମଝଭୁତ ଉପରେ ଫୋକସ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *