ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

Spread the love

ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସଂସଦ ଭବନରେ ରାଷ୍ଟ୍ରପତି ପହଂଚିବା ପରେ ନିଜର ଅଭିଭାଷଣ ରଖିଛନ୍ତି, ସେ କହିଛନ୍ତି ଜନ ସେବାର ସୌଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ । ଦେଶର ସେବା କରିବା ବହୁତ କମ ଲୋକଙ୍କୁ ସୁଯୋଗ ମିଳିଥାଏ । ଏଥିସହ ବାଚସ୍ପତି ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି । ଆପଣମାନେ ନିଜର ଦାୟିତ୍ୱ ଭଲ ଭାବେ ଗ୍ରହଣ କରିବେ ଏନେଇ ମୋର ସମୂର୍ଣ୍ଣ  ଆଶା ବିଶ୍ୱାସ ରହିଛି। ଏଥିସହ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ସେ ସମୂର୍ଣ୍ଣ ଦକ୍ଷତାର ଅଧିକାରୀ ହୋଇଛନ୍ତି ମୋର ବିଶ୍ୱାସ ରହିଛି ସେ ନିଜର ଲୋକତାନ୍ତ୍ରିକ ଦକ୍ଷତାକୁ ଆଗରେ ରଖି କାମ କରିବେ । ଗ୍ରାମୀଣ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ସରକାର,ମହିଳା ସଶକ୍ତିକରଣ କ୍ଷେତ୍ରରେ ନୂଆ ନୂଆ ପଦକ୍ଷେପ ନିଆଯାଇଛି । ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦେଶରେ ନିଆଯାଉଛି ବଡ ବଡ ପଦକ୍ଷେପ । ମହିଳାଙ୍କୁ ମାଗଣା ଚାଉଳ ଓ ଗ୍ୟାସ ମିଳିଛି । ବିଶ୍ୱର ସବୁଠୁ ବଡ ନିର୍ବାଚନ ଶେଷ ହୋଇଛି । ୧୦ ବର୍ଷରେ ବିଶ୍ୱ ବହୁତ ଆଗେଇବା ସହ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଦେଲେ ରାଷ୍ଟ୍ରପତି । ଜାମ୍ମୁକାଶ୍ମୀରେ ରେର୍କଡ ସଂଖ୍ୟକ ମତଦାନ ହୋଇଛି । ପ୍ରତିରକ୍ଷା ବ୍ୟାଙ୍କି କ୍ଷେତ୍ରରେ ସୁଧାର ଆସିଛି । ୭୦ ପ୍ରତିଶତ ଉପକରଣ ଭାରତରୁ କିଣାଯାଇଛି । ପେପର ଲିକ ଯାଂଚ ପାଇଁ ସରକାର ପ୍ରତିଶୃତିବଦ୍ଧ । ପେପର ଲିକ ରୋକିବାକୁ ସରକାର ଆଇନ ଆଣିଛନ୍ତି । ପରୀକ୍ଷାରେ ପାରିଦର୍ଶିତା ନିରପେକ୍ଷତା ମଧ୍ୟ ନିହାତି ଜରୁରୀ ରହିଛି ।

Leave a Reply

Your email address will not be published. Required fields are marked *