ବିଧାନସଭାରେ ବିରୋଧୀଙ୍କ ନାରାବାଜି : ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଆଜି ବିଧାନସଭାର ଦ୍ୱିତୀୟ ଦିନରେ ପୁଣି ବିରୋଧୀଙ୍କ ହଙ୍ଗାମା। ଗୃହକାର୍ଯ୍ୟ ଆରମ୍ଭରୁ ହୋ ହଲ୍ଲା ସହ ନାରାବାଜି କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗରେ ବିଧାୟକମାନେ ନାରାବାଜି କରିବା ସହ ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରିଥିଲେ । ସେହିପରି କଂଗ୍ରେସ ଜନଜାତି ସୁରକ୍ଷା ଓ ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଥିଲା । ଯାହା ପରେ ବାଚସ୍ପତି ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *