ହଟିବ ରାଜ୍ୟରେ ଥିବା ଅଦରକାରୀ ଆଇନ

ଲ କମିଶନ ଗଠନ କରିଛନ୍ତି ରାଜ୍ୟ ସରକାର। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଲ କମିଶନ ଏଣିକି ରାଜ୍ୟରେ ଥିବା ଅଦରକାରୀ ଆଇନକୁ ହଟାଇବେ। ଲ କମିଶନକୁ ପୁନର୍ଗଠନ କରିଛନ୍ତି ସରକାର। କମିଶନ ସଦସ୍ୟ ଭାବେ ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ, ଦୁଇ ବରିଷ୍ଠ ଆଇନଜୀବି ସୂର୍ଯ୍ୟପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ରଙ୍କୁ ସାମିଲ୍ କରାଯାଇଛି।ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଲ କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ରାଜ୍ୟରେ ଥିବା ଅଦରକାରୀ ଆଇନ ଉପରେ ଲାଗିବ ଲଗାମ। ରାଜ୍ୟ ହିତ ଦୃଷ୍ଟିରୁ ଯେଉଁ ଆଇନ ଜରୁରୀ, ତା ଉପରେ ଦୃଷ୍ଟି ଦିଆଯିବ।

ଆଇନ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ଅଦରକାରୀ ଓ ଅନାବଶ୍ୟକ ଆଇନକୁ ଖୋଜିବେ ଲ କମିଶନ। ସୁଶାସନ ପ୍ରତିଷ୍ଠା ଦିଗରେ ଏହା ସହାୟକ ସାଜିବ। ୨୦୧୮ ପରଠୁ ତତ୍କାଳୀନ ସରକାର ଏହାର ପୁନର୍ଗଠନ ଲାଗି କୌଣସି ପଦକ୍ଷେପ ନେଇନଥିଲେ। ଲ କମିଶନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ବି ସାମିଲ୍ କରାଯିବ। ଅଦରକାରୀ ନିୟମର ପରିବର୍ତ୍ତନ, ଆବଶ୍ୟକସ୍ଥଳେ ସଂଶୋଧନ ଲାଗି ତର୍ଜମା କରି ସରକାରଙ୍କୁ ସୁପାରିଶ କରିବେ ଲ କମିଶନ। ଅତୀତ ସରକାରରେ ଆଇନର ଅନେକ ଭୁଲ୍ ତର୍ଜମା ହେଉଥିଲା। ଅଦରକାରୀ ଆଇନ ଲାଗି ଲୋକେ ବି ହନ୍ତସନ୍ତ ହେଉଥିଲେ। କିନ୍ତୁ ଏହାର ଆବଶ୍ୟକୀୟ ସଂଶୋଧନ ଲାଗି କୌଣସି ଫୋରମ୍ ନଥିଲା।

ଲ କମିଶନର ପୁନର୍ଗଠନ ହୋଇଛି। ଆଗକୁ ଅଦରକାରୀ ଆଇନ ହଟିବ। ଆଉ ଲୋକଙ୍କୁ ଆଇନର ସରଳୀକରଣ କରି ସହଜରେ ସୁବିଧା ସେବା ଦେବାରେ ଏହା ସହାୟକ ସାଜିବ ବୋଲି କୁହାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *